ଟିକାକରଣ ନେଇ ଜୋରଦାର ପ୍ରସ୍ତୁତି: ଆଜିଠୁ ରାଜ୍ୟରେ ପୁଣି ହେବ ଡ୍ରାଏ ରନ୍

ଭୁବନେଶ୍ୱର: ଟିକା ଦିଆଯିବାବେଳେ ରହିବନି କୌଣସି ତ୍ରୁଟି  । ସଠିକ୍ ଉପାୟରେ ମିଳିବ କରୋନା ଟିକା  । ଏ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି  । ଆଜି ସାରା ଦେଶରେ ପୁଣି ଥରେ ହେବ କରୋନା ଟିକାର ଡ୍ରାଏ ରନ୍‌  । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯିବ  ।  ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି  ।  ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ନିଷ୍ପତ୍ତି ନିଆଯାଇଛି । କରୋନା ଟିକା କରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ । ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଫୋକସ କରିଛି ସ୍ବାସ୍ଥ୍ୟ ବିଭାଗ ।   ଜାନୁଆରୀ ଦ୍ବିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ,ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର  ।

Leave a Reply