ଏୟାରଇଣ୍ଡିଆରେ ମଦୁଆଙ୍କ କାରନାମା, ମହିଳାଙ୍କ ଉପରେ କଲେ ପରିସ୍ରା

1 min read

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ  । ନିଶାସକ୍ତ ଅବସ୍ଥାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ଏଭଳି ଅଭାବନୀୟ ଘଟଣା ଘଟିଛି ଏୟାର ଇଣ୍ଡିଆ ବିମାନରେ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଘଟଣା ଘଟିଛି  । ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବା ବେଳେ ମହିଳା ଯାତ୍ରୀ ଜଣକ ଟାଟା ଗ୍ରୁପ୍ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ    । ଘଟଣାଟି ଗତ ନଭେମ୍ବର ୨୬ତାରିଖରେ ହୋଇଥିବା ବେଳେ ବିମାନଟି ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା  । ସେହିସମୟରେ ଜଣେ ନିଶାସକ୍ତ ପାସେଞ୍ଜର ତାଙ୍କ ପାଖରେ ବସିଥିବା ମହିଳା କୋ ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଇଥିଲେ  । ଯାହାକୁ ନେଇ ମହିଳା ଜଣଙ୍କ ନିଶାସକ୍ତ ଯାତ୍ରୀଙ୍କ ଏଭଳି ବ୍ୟବହାର ବିଷୟରେ କ୍ରୁ ମେମ୍ବରଙ୍କୁ ଜଣାଇଥିଲେ  । ତେବେ କ୍ରୁ ମେମ୍ବର ମହିଳାଙ୍କୁ ଡ୍ରେସ୍ ଏବଂ ସ୍ଲିପର ଦେଇ ତାଙ୍କୁ ତାଙ୍କ ସିଟକୁ ଫେରିଯିବାକୁ କହିଥିଲେ  । ଏମିତିକି ମହିଳାଜଣକ ତାଙ୍କୁ ଅଲଗା ସିଟ୍ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ କ୍ରୁ ମେମ୍ବର କିଛି ଶୁଣିନଥିଲେ  ଏହାସହିତ ମହିଳାଙ୍କ ଅଭିଯୋଗ ସତ୍ତ୍ବେ ମଧ୍ୟ ଅଭଦ୍ର ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ କର୍ତ୍ତୁପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ  । ଯେଉଁଥିରେ କ୍ଷୁବ୍ଧ ହୋଇ ସଂପୃକ୍ତ ମହିଳା ଜଣକ ଟାଟା ଗ୍ରୁପ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ  । ତେବେ ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କୁ ନୋ ଫ୍ଲାଏ ଲିଷ୍ଟରେ ସାମିଲ କରିବାକୁ ଏୟାର ଇଣ୍ଡିୟା ପକ୍ଷରୁ ସୁପାରିସ କରାଯାଇଛି  । ସରକାରୀ କମିଟି ଅଧୀନରେ ଏହି ଫଇସଲା ରହିଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି  ।