spot_img

Latest Posts

ଶିଶୁକନ୍ୟାକୁ କଚାଡି ମାରିଲା ମଦ୍ୟପ ବାପା, କାଚବୋତଲରେ ସ୍ବାମୀକୁ ଭୁଷିଦେଲା ସ୍ତ୍ରୀ

ମୟୂରଭଞ୍ଜ: କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ମାସର ଶିଶୁକନ୍ୟାକୁ କଚାଡି ମାରିଲା ମଦ୍ୟପ ବାପା । ରାଗରେ ସ୍ବାମୀର ପେଟରେ କାଚ ବୋତଲ ଭୂଷିଦେଲା ସ୍ତ୍ରୀ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗାଁର ସଞ୍ଜୟ ଚାତାର ଶଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସି ରହୁଥିଲେ। ତେଣୁ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବା ବେଳେ ବାଟରେ ଝଗଡା ହୋଇଥିଲା।

ଝଗଡା ଲାଗିବା ପରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ୭ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା  । ଫଳରେ ଶିଶୁ କନ୍ୟାଟି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ୱାମୀର ଏଭଳି ନୃଶଂସ କାଣ୍ଡ ଦେଖିବା ପରେ ପତ୍ନୀ ଏକ କାଚ ବୋତଲରେ ସ୍ୱାମୀକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସ୍ବାମୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ତଦନ୍ତ କରିବା ପରେ ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

Latest Posts

Don't Miss