ଡ୍ରଗ୍ସ ଟାସ୍କ ଫୋର୍ସର ଚଢ଼ାଉ ବେଳେ ଜବତ ହେଲା ୪୧ ଗ୍ରାମର ବ୍ରାଉନ ସୁଗାର

ଭୁବନେଶ୍ୱର: ରାଜଧାନୀରୁ ପୁଣି ଥରେ ବ୍ରାଉନସୁଗାର ଜବତ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡ୍ରଗ୍ସ ଟାସ୍କ ଫୋର୍ସର ଚଢାଉ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ସେମାନେ ହେଲେ ଶୁଭେନ୍ଦୁ ପଣ୍ଡା ଓରଫ ରିଙ୍କୁ, ଅଜୟ କର ଓରଫ ଅଜୁ ଓ ସତ୍ୟନାରାୟଣ ବେହେରା ଓରଫ ନିଲୁ । ସେମାନଙ୍କ ଠାରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୬୪ ହଜାର ଟଙ୍କା, ମୋବାଇଲ ଫୋନ୍ ଓ ବାଇକ ମଧ୍ୟ ଜବତ ହୋଇଛି । ୩ ଜଣ କେବେ ଠାରୁ କାରବାର କରିଥିଲେ ପୋଲିସ ଖୋଳତାଡ କରୁଛି ।