ନନ୍ଦିଘୋଷ ଟିଭିର ମହାପ୍ରଭାବ; ରାଜଧାନୀରେ ନକଲି ଔଷଧ କାରବାର ଖବର ପ୍ରସାରଣ ପରେ ରାଜ୍ୟବ୍ୟାପୀ ଚଢ଼ାଉ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ମହାପ୍ରଭାବ। ରାଜଧାନୀରେ ନକଲି ଔଷଧ କାରବାର ଘଟଣା ସମ୍ପର୍କିତ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଗଲେନମାର୍କ ଭଳି ପ୍ରତିଷ୍ଠିତ କମ୍ପାନୀର ଔଷଧକୁ ନକଲି କରି ଚାଲିଛି କାରବାର। କାରବାରର ଚେର ବିହାର ଓ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଲମ୍ବିଛି। ଗତ ରାତିରେ କଟକରେ ଚଢ଼ାଉ ହୋଇ ଅନେକ ଔଷଧ ଜବତ ହୋଇଥିବା ବେଳେ ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଔଷଧ ସମ୍ପର୍କରେ ଯାଞ୍ଚ ଚାଲିଛି ।

ଭୁବନେଶ୍ୱରସ୍ଥିତ ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡପ୍ରେସର ପାଇଁ ଔଷଧ କିଣିଥିଲେ। ସେହି ଔଷଧ ସେବନ କରିବା ପରେ କିଛି କାମ ନକରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢ଼ାଉ କରି ସେହି ଔଷଧକୁ ସିଜ୍ କରିଥିଲେ। ବର୍ତ୍ମାନ ରାଜଧାନୀ ସମେତ ରାଜ୍ୟର ଭିନ୍ନ ସ୍ଥାନରେ ଏ ନେଇ ଯାଞ୍ଚ ଚାଲିଛି  ।