spot_img

Latest Posts

ଆକ୍ସନ ମୋଡରେ ଡ୍ରଗ କଣ୍ଟ୍ରୋଲର, ନକଲି ଔଷଧ କାରବାର ମାମଲାରେ ରାଜ୍ୟବ୍ୟାପୀ ଯାଞ୍ଚ ଜାରି

ଭୁବନେଶ୍ୱର: ନକଲି ଔଷଧ କାରବାର ଅଭିଯୋଗ ପରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ମେଡିସିନ ଦୋକାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା 40 ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡ଼ିବା ପରେ ଚାଲିଛି ଚଢ଼ାଉ। ସେହିପରି ସମ୍ବଲପୁରରେ ମଧ୍ୟ ରେଡ ହୋଇଛି ।

ରାଜଧାନୀରେ ନକଲି ଔଷଧ କାରବାର ଘଟଣା ସମ୍ପର୍କିତ ଖବର ନନ୍ଦିଘୋଷ ଟିଭିରେ ପ୍ରକାଶ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଗଲେନମାର୍କ ଭଳି ପ୍ରତିଷ୍ଠିତ କମ୍ପାନୀର ଔଷଧକୁ ନକଲି କରି ଚାଲିଛି କାରବାର। କାରବାରର ଚେର ବିହାର ଓ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଲମ୍ବିଛି। ପୂର୍ବରୁ କଟକରେ ଚଢ଼ାଉ ହୋଇ ଅନେକ ଔଷଧ ଜବତ ହୋଇଥିବା ବେଳେ ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଔଷଧ ସମ୍ପର୍କରେ ଯାଞ୍ଚ ଚାଲିଛି ।

Latest Posts

Don't Miss