କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଡ଼ ଖୁଲାସା: ଅର୍ଥ ଆଦାୟ ପାଇଁ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ୱାଇ: ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଟ୍ୱିଷ୍ଟ । ଅର୍ଥ ଆଦାୟ କରିବା ଲାଗି ଆର୍ଯ୍ୟନଙ୍କୁ ଗିରଫ କରିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା ବୋଲି ଜଣେ ସାକ୍ଷୀ ବୟାନ ଦେଇଛନ୍ତି । ମୁମ୍ବାଇ ପୋଲିସ ନିକଟରେ ସାକ୍ଷୀ ବିଜୟ ପାଗାରେ କହିଛନ୍ତି, ଆର୍ଯ୍ୟନଙ୍କୁ ଗିରଫ କରିବା ଲାଗି ଗତ ସେପ୍ଟେମ୍ବର ୨୭ରେ ଯୋଜନା ଚୂଡାନ୍ତ ହୋଇଥିଲା । ପରେ ଅକ୍ଟୋବର ୨ରେ କ୍ରୁଜ ଜାହାଜରେ ରେଡ ହୋଇଥିଲା । ଗତ ୩ ଓ ୪ ତାରିଖରେ ତାଙ୍କର ଏହି ବୟାନକୁ ପୋଲିସ ରେକର୍ଡ କରିଥିଲା । ଏହି ବୟାନ ଦେବା ପରେ ତାଙ୍କ ଠାରୁ ସ୍ୱାକ୍ଷର ନିଆଯାଇଥିଲା । ପାଗାରେ କହିଛନ୍ତି, କ୍ରୁଜରେ ଡ୍ରଗ୍ସ ସେବନ ପ୍ରସଂଗରେ ସୁନୀଲ ପାଟିଲ ନାମକ ଜଣେ ବ୍ୟକ୍ତି ଏନସିବିର ଯୋଗସୂତ୍ରରେ ଥିଲେ ଏବଂ ନିୟମିତ ସୂଚନା ପ୍ରଦାନ କରୁଥିଲେ ।

ପୂର୍ବରୁ ପାଟିଲଙ୍କ ସମ୍ପର୍କରେ ମଧ୍ୟ ବ୍ୟବସାୟୀ ସାମ ଡି ସୌଜା ନିଜ ବୟାନରେ ଉଲ୍ଲେଖ କରିଥିଲେ । ଗତ କିଛି ମାସ ଧରି ପାଟିଲଙ୍କ ସହ ପାଗାରେ ବାସ କରୁଥିଲେ । ଗତ ସେପ୍ଟେମ୍ବର ୨୭ ତାରିଖରେ ଏକ ତାରକା ହୋଟେଲରେ ପାଟିଲ ରହିଥିଲେ ଏବଂ ସେହି ହୋଟେଲରେ ଅନ୍ୟତମ ସାକ୍ଷୀ କେ.ପି. ଗୋସାଭିଙ୍କ ନାଁରେ ମଧ୍ୟ ଏକ ରୁମ୍ ବୁକ୍ କରାଯାଇଥିଲା । ରେଡର କିଛି ଦିନ ପୂର୍ବରୁ ବିଜେପି କର୍ମୀ ମନୀଷ ଭାନୁଶାଳୀ, ଗୋସାଭି ଓ ପାଟିଲଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ଏପରିକି ପାଟିଲଙ୍କୁ ଭାନୁଶାଲୀ ଆଲିଙ୍ଗନ କରିବା ସହ ଏକ ବଡ କାମ ହୋଇଗଲା ବୋଲି କହିଥିଲେ । ଏହା କି କାମ ଥିଲା ସେନେଇ ପାଗାରେ ସୂଚନା ପାଇ ନଥିଲେ । ମାତ୍ର ରେଡ ପରେ ସବୁ କିଛି ସ୍ପଷ୍ଟ ହୋଇଗଲା ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଁ ବଲିଉଡରେ କାମ କରିବାକୁ ଚାହୁଁଛି : ଡ୍ୱେନ୍ ଜନସନ୍

Leave a Reply