କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ

1 min read

କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ ବାଳକ । ଭାସିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିଲୁଲିହରି ଗ୍ରାମର ଅଙ୍ଗଦ ବାଗଙ୍କ ପୁଅ ଯୋଗେନ୍ଦ୍ର ବାଗ ।

ସ୍କୁଲ୍ ଯିବା ପାଇଁ କେନାଲକୁ ଗାଧୋଇ ଯାଇଥିବା ବେଳେ ଭାସି ଯାଇଥିଲେ ଯୋଗେନ୍ଦ୍ର । ଯୋଗେନ୍ଦ୍ର ଗାଧୋଇ ଯିବାର ବହୁତ ସମୟ ହେବା ପରେ ନ ଫେରିବାରୁ ବାପାମା’ ଖୋଜା ଖୋଜି କରିଥିଲେ  । ବହୁତ ଖୋଜାଖୋଜି ପରେ ଯୋଗେନ୍ଦ୍ରଙ୍କ ମୃତଦେହ ପାଣି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ')}

Leave a Reply