କଇଁଫୁଲ ତୋଳିବାକୁ ଯାଇଁ ଦୁଇ ବାଳକଙ୍କ ସଲୀଳ ସମାଧି

ଯାଜପୁର: କଇଁଫୁଲ ତୋଳିବାକୁ ଯାଇ ଦୁଇ ବାଳକଙ୍କ ସଲୀଳ ସମାଧୀ । ଯାଜପୁର ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୁଳର ଏ ଅଭାବନୀୟ ଘଟଣା । ମୃତକ ଦ୍ୱୟ ହେଲେ ବିଭୂତି ଜେନା ଓ ଦିବ୍ୟରଞ୍ଜନ ଜେନା । କୁଟୁରିଆ ଠାରେ ଥିବା ବୈତରଣୀ ନଦୀର ଯୋରକୁ କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀଙ୍କ ସହାୟତାରେ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଦୁଇ ନାବାଳକଙ୍କୁ ହରାଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।