ଜଳାପୁଟ ଜଳ ଭଣ୍ଡାରରେ ୩ଯୁବକ ନିଖୋଜ ଘଟଣା, ୨ଜଣଙ୍କ ମୃତଦେହ ହେଲା ଉଦ୍ଧାର

ଲମତାପୁଟ: ଜଳାପୁଟ ଜଳ ଭଣ୍ଡାରର ପାଡୁଆ ନଦୀଘାଟରେ ୩ଯୁବକ ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମନୋଜ ହାନ୍ତାଳ ଓ ପ୍ରଶାନ୍ତ ଖରା ନାମକ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ଯୁବକ ଚନ୍ଦରୁ ଖିଲଙ୍କ ପତ୍ତା ମିଳୁନି । ଆଜିବି ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ସୂଚନା ଅନୁସାରେ ଗତ ରବିବାର ଦିନ ୫ଜଣ ଯୁବକ ସାଙ୍ଗ ହୋଇ ପାଡୁଆ ନଦୀରେ କାଠ ଡଙ୍ଗା ସାହାଯ୍ୟରେ ଜଳ ଭାଣ୍ଡର ପାରି ହେଉଥିଲେ । ପାଣି ମଝିରେ ଡଙ୍ଗାଟି ଓଲଟି ପଡ଼ିଥିଲା । ସେଥିରେ ଥିବା ୨ଜଣ ଯୁବକ ପହଁରି ପହଁରି ଚାଲି ଆସିଥିଲେ ଅନ୍ୟ ୩ଜଣ ଯୁବକ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ ।

ଘଟଣାଟି ସମଗ୍ର ଅଞ୍ଚଳରେ ପ୍ରସାରିତ ହେବା ପରେ ଗତ କାଲି ଠାରୁ କୋରାପୁଟ ଓଡ୍ରାଫ ଟିମ, ନନ୍ଦପୁର ଓ ସେମିଳିଗୁଡାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଏପଟେ ଦିନ ତମାମ ନନ୍ଦପୁର ତହସିଲଦାର, ଏସ ଡିପିଓ,ପାଡୁଆ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply