କୁଆଖାଇ ନଦୀରେ ନିଖୋଜ ଯୁବକ ଉଦ୍ଧାର

ଭୁବନେଶ୍ୱର: ବାଙ୍କୁଆଳ କୁଆଖାଇ ନଈରେ ନିଖୋଜ ଯୁବକ ଉଦ୍ଧାର । ନଦୀରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ଯୁବକ । ୪ ଜଣ ସାଙ୍ଗଙ୍କ ସହ ନଦୀରେ ଗାଧୋଉଥିବା ବେଳେ ଘଟିଥିଲା ଅଘଟଣ । ୩ ଜଣ ବର୍ତ୍ତି ଯାଇଥିବା ବେଳେ ଯୁବକ ଜଣଙ୍କ ନିଖୋଜ ଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚଛି ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବକମାନେ କେଉଁଠୁ ଆସିଛନ୍ତି, କିଭଳି ଅଘଟଣ ଘଟିିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।