ରାଷ୍ଟ୍ରପତି ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ଦ୍ରୌପଦୀଙ୍କୁ ୮୦୯ ଖଣ୍ଡ ଭୋଟ୍, ଜାଣନ୍ତୁ ଏହାର ମୂଲ୍ୟ କେତେ ?

ଭୁବନେଶ୍ବର: ସରିଲା ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗଣତି । ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗରେ ଅଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ହୋଇଛି । ଯେଉଁଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ୍ ମିଳିଛି । ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଯଶଓ୍ବନ୍ତ ସିହ୍ନାଙ୍କୁ ୩୨୯ ଖଣ୍ଡ ଭୋଟ ମିଳିଛି । ଯାହାର ମୂଲ୍ୟ ୪୪ ହଜାର ୨୭୬ ।

ଉଭୟ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟକୁ ମିଶାଇ ଦ୍ରୌପଦୀ ୧୩୪୯ ଭୋଟ ପାଇଛନ୍ତି । ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଖଣ୍ଡ । ଦୁଇ ପର୍ଯ୍ୟାୟର ଭୋଟକୁ ମିଶାଇ ଯଶଓ୍ବନ୍ତ ୫୩୭ ଖଣ୍ଡ ଭୋଟ୍ ପାଇଛନ୍ତି । ଯାହାର ମୂଲ୍ୟ ଏକ ଲକ୍ଷ ୮୯ ହଜାର ୮୭୬ ।

ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି ରାଜ୍ୟର ଭୋଟ୍ ଗଣତି ହୋଇଛି । ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ ।

ପ୍ରଥମ ପର୍ଯ୍ୟାୟରେ ସାଂସଦଙ୍କ ଭୋଟ୍ ଗଣତି ହୋଇଥିଲା । ଯେଉଁଥିରେ ଦ୍ରୌପଦୀଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଥିଲା । ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଥିଲା । ସେହିପରି ପ୍ରଥମ ପର୍ଯ୍ୟାୟରେ ଯଶଓ୍ବନ୍ତଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ।