ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁ ନନ୍ଦନ ଦାସ, ପଦ୍ମନାଭ ବେହେରାଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା । ରୋଟେସନ ବେସିସିରେ ଏହା କରାଯାଇଛି । ତେବେ କୌଣସି ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇନାହିଁ । ୨୦୨୪ରେ ସାଧାରଣ ନିର୍ବାଚନ ରହିଛି । ତେଣୁ ସଂଗଠନ କଥା ବୁଝିବାକୁ ମନ୍ତ୍ରୀଙ୍କୁ କୁହାଯାଇଛି । ଖୁବଶୀଘ୍ର ବିଦାୟୀ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳୁଛି ।