ସ୍ୱାସ୍ଥ୍ୟକେନ୍ଦ୍ରରେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ, ଲୋକଙ୍କୁ କଲେ ଆକ୍ରମଣ

ବାଲେଶ୍ୱର: ମେଡିକାଲରେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ତ । କୋଭିଡ ଟିକା ନେବାକୁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଫାର୍ମାସିଷ୍ଟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାଷିଷ୍ଟ ଶିବାସିଷ ଟୁଡୁ ଆଜି ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଦାଣ୍ତି ଗ୍ରାମର ପ୍ରଶାନ୍ତ ଘଡାଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକା ନେବାକୁ ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଥିବା ଫାର୍ମାଷିଷ୍ଟଙ୍କୁ ଭ୍ୟାକସିନ ନେବା ବିଷୟରେ ପଚାରିବାରୁ ସେ ପ୍ରଶାନ୍ତ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ ।

ଫାର୍ମାସିଷ୍ଟଙ୍କ ଆକ୍ରମଣରେ ପ୍ରଶାନ୍ତଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାଷିଷ୍ଟଙ୍କୁ ଥାନାକୁ ନେଇଥିଲେ , ତେବେ କିଛି ମାସ ପୂର୍ବରୁ ମଧ୍ୟ ଉକ୍ତ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଲୋକମାନଙ୍କୁ ଖଣ୍ତା ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ , ତେବେ ଏଭଳି ନିଶାସକ୍ତ ଫାର୍ମାସିଷ୍ଟକୁ ଚାକିରୀ ରୁ ବହିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖୋଦ ମେଡିକାଲରେ ଲୋକଙ୍କୁ ସେବା ଯୋଗାଇବା ଲାଗି ଉପସ୍ଥିତ ରହିଥିବା କର୍ମଚାରୀ ସେହବା ବଦଳରେ ଆକ୍ରମଣ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସାଜିଛି  । ମେଡିକାଲ ଯିହାକୁ ଲୋକେ ଭୟଭୀତ ମନେ କରୁଛନ୍ତି  ।

Leave a Reply