ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ : କାରଣ ଖୋଜିବ ଡ୍ରୋନ୍
ଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେଣି । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ରାଜଧାନୀର ହଟସ୍ପଟ୍ ଜୋନରେ ପ୍ରଦୂଷଣର କାରଣଗୁଡିକ ଚିହ୍ନଟ କରିବାକୁ ଦିଲ୍ଲୀ ସରକାର ଡ୍ରୋନ୍ ମନିଟରିଂ କରିଛନ୍ତି । ଡ୍ରୋନ୍ ୧୨୦ ମିଟର ଉଚ୍ଚତା ଠାରୁ ୨୦୦ ମିଟର ଉଚ୍ଚତା ମଧ୍ୟରେ ପର୍ଯ୍ୟନ୍ତ ପ୍ରଦୂଷଣର ବିଭିନ୍ନ ସ୍ତର ବିଷୟରେ ପରିବେଶ ବିଭାଗ ଏବଂ ଡିପିସିସିକୁ ସୂଚନା ପ୍ରଦାନ କରିବ । ଦିଲ୍ଲୀର ୧୩ଟି ହଟସ୍ପଟରେ ପ୍ରଦୂଷଣ ସ୍ତର ସାଧାରଣ ଅପେକ୍ଷା ଅଧିକ ।
ପ୍ରଦୂଷଣର କାରଣଗୁଡିକ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ଶୁକ୍ରବାର ଠାରୁ ସର୍ଭେ ଅଫ୍ ଇଣ୍ଡିଆର ଏକ ତାଲିକାଭୁକ୍ତ ଏଜେନ୍ସି ଦ୍ୱାରା ୱାଜିରପୁର ହଟସ୍ପଟରେ ଡ୍ରୋନ୍ ମ୍ୟାପିଂ କରାଯାଇଛି । ଟେକ୍ନୋଲୋଜିର ଆଧୁନିକୀକରଣର ସର୍ବାଧିକ ବ୍ୟବହାର କରି ପ୍ରଦୂଷଣକୁ ହଟାଇବା ଏହାର ଉଦ୍ଦେଶ୍ୟ ହେବ । ପରିବେଶ ଏବଂ ଡିପିସିସି ଇଞ୍ଜିନିୟରମାନେ ଏହାକୁ ବିଶ୍ଳେଷଣ କରିବେ ଏବଂ ରିପୋର୍ଟ ଉପରେ ଆଧାର କରି ପଦକ୍ଷେପ ଗ୍ରହଣ କରାଯିବ । ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ, ତେବେ ଏହା ଅନ୍ୟ ହଟସ୍ପଟ୍ ଗୁଡିକରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।
ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଶୀତ ଋତୁରେ ପ୍ରଦୂଷଣର ସମସ୍ୟାର ମୁକାବିଲା ପାଇଁ ସରକାର ୨୧ ଟି ଫୋକସ ପଏଣ୍ଟ ଉପରେ ଆଧାରିତ ଓ୍ବିଣ୍ଟର ଆକ୍ସନ ପ୍ଲାନ ଘୋଷଣା କରିଛନ୍ତି । ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରି ହଟସ୍ପଟ୍ ଗୁଡିକରେ ପ୍ରଦୂଷଣ ଉପରେ ନଜର ରଖିବା ଏହାର ଏକ ମୁଖ୍ୟ ଦିଗ । ସେ କହିଛନ୍ତି ଯେ ଡ୍ରୋନ୍ ମାଧ୍ୟମରେ ପ୍ରଦୂଷଣ ଉପରେ ନଜର ରଖିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ପରିବେଶ ବିଭାଗ ଦ୍ୱାରା ପ୍ରଥମ ଥର ପାଇଁ ଏହି ହଟସ୍ପଟ୍ ଗୁଡିକରେ ଡ୍ରୋନ୍ ମ୍ୟାପିଂ ପ୍ରଦର୍ଶନ କରାଯାଇଥିଲା । ସେ କହିଛନ୍ତି ଯେ ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ ତେବେ ଏହା ଦିଲ୍ଲୀର ଅନ୍ୟ ହଟସ୍ପଟ୍ ପର୍ଯ୍ୟନ୍ତ ବିସ୍ତାର ହେବ।