ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ପରିସରରେ ଉଡ଼ିଲା ଡ୍ରୋନ୍

1 min read
Kisan Drones to be used to technologically advance farming sector

ନୂଆଦିଲ୍ଲୀ: ପ୍ରଥମେ ସୀମା ଏବେ ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଯାହାର ତୀବ୍ର ନିନ୍ଦା କରିଛି ଭାରତ । ଅନ୍ୟପଟେ ଜାମ୍ମୁରେ ତୃତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଛି । ଅର୍‌ନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଦେଖିବାକୁ ମିଳିଛି ଡ୍ରୋନ୍ । ଡ୍ରୋନ୍ ଦେଖିବା ପରେ BSF ଯବାନ ଗୁଳି ଚଳାଇଥିଲେ । ଏହାପରେ ଡ୍ରୋନ ଗାଏବ ହୋଇଯାଇଥିଲା ।

ଗତ ୩୦ ତାରିଖରେ ଜାମ୍ମୁରେ ଦ୍ୱିତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଥିଲା । ବାୟୁସେନା ଏୟାରବେସ୍ ଉପରେ ୩ଟି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । କିଛିଦିନ ହେଲା ଏହି ଅଞ୍ଚଳରେ ପ୍ରାୟ ୮ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।

ସେପଟେ ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ରାଜପୋରାର ହାଞ୍ଜିନି ଗାଁକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

Leave a Reply