କରୋନାରୁ ବଞ୍ଚିବାକୁ ଟେକ୍ନୋଲୋଜିର ବ୍ୟବହାର କଲା ଚୀନ୍ ? ପଢନ୍ତୁ କେମିତି…

କରୋନା ଭାଇରସରୁ ବଞ୍ଚିବାକୁ ଛଟପଟ ହେଉଛନ୍ତି ଚୀନି । ୧୩୦କୋଟି ଲୋକଙ୍କୁ ଆତଙ୍କୀତ କରିଛି ଏହି କରୋନା ଭାଇରସ । ସବୁ ରାସ୍ତା ଆପଣେଇବା ପରେ ଏବେ ଭାଇରସରୁ ବଞ୍ଚିବାକୁ ଟେକ୍ନୋଲୋଜିର ବ୍ୟବହାର କରୁଛି ଚୀନ୍ ।

ଚିନରେ କରୋନା ଭାଇରସରୁ ଲୋକଙ୍କୁ ବଞ୍ଚେଇବାକୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଟେକ୍ନୋଲୋଜିର ବ୍ୟବହାର କରି କିପରି ଏହି ଭାଇରସରୁ ମୁକ୍ତି ମିଳିପାରିବ ସେନେଇ ଏମିତି ଏକ ପ୍ରୟାସ କରିଛି ଚିନ ଯାହା ଆପଣ ଜାଣିବା ଦରକାର ।

୧୩୦କୋଟି ଲୋକଙ୍କୁ ବଞ୍ଚାଇବାକୁ ଡ୍ରୋନ ଉଡାଇଲା ଚିନ୍ । ଡ୍ରୋନ ଉଡ଼ି ଉଡ଼ି ବିଲ୍ଚିଂର ଝରକା ପାଖକୁ ଯାଉଛି ଏବଂ ସେଠାରେ ଠିଆ ହୋଇଥିବା ଲୋକଙ୍କ ଥର୍ମାଲ ଫଟୋ ନେଇ ଉକ୍ତ ଲୋକ କରୋନା ଭାଇରସ ସଂକ୍ରମିତ କି ନୁହେଁ ତାହା ସ୍ପଷ୍ଟ କରୁଛି । କେବଳ ସେତିକି ନୁହେଁ ଡ୍ରୋନଟି କରୋନା ଭାଇରସରୁ ବଞ୍ଚେଇବାକୁ ଏକ କେମିକାଲ ମଧ୍ୟ ଛିଞ୍ଚୁଛି । ଏହି କେମିକାଲକୁ ସହର ସାରା ଛିଞ୍ଚୁଛି ଡ୍ରୋନଟି । ଏହି ଦୃଶ୍ୟ ହେଉଛି ଚୀନର କିଂ ଜୌନର ସହରର ।

କେବଳ ସେତିକି ନୁହେଁ ସଂକ୍ରମିତ ଲୋକଙ୍କ ପାଇଁ ହୋଟେଲରକେ ୱେଟରମାନଙ୍କୁ ଇମ୍ଫେକ୍ସନରୁ ବଞ୍ଚାବାକୁ ଖାଇବା ନେଇ ଯାଉଛି ରୋବର୍ଟ ।

ଏହି କରୋନା ଭାଇରସ ପାଇଁ ଚୀନରେ ୪୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଲେଣି । ୨୦ହଜାରରୁ ଅଧିକଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ । ଲୋକଙ୍କ ଚିକିତ୍ସା ପାଇଁ ୧୦ ଦିନରେ ହଜାର ବେଡର ବନ୍ଦୋବସ୍ତ କରାଯାଇଛି ।

Leave a Reply