ଜମ୍ମୁରେ ପୁଣି ନଜର ଆସିଲା ଡ୍ରୋନ୍,BSFର ଗୁଳି ମାଡ଼ ପରେ ପାକିସ୍ତାନୀ ସୀମା ଭିତରକୁ ଫେରିଲା

ଜମ୍ମୁ:  ପୁଣି ଭାରତ ଉପରେ ଶତ୍ରୁର ନଜର । ଜାମ୍ମୁ ଅନ୍ତର୍ଜାତୀୟ ସୀମାରେଖାରେ ପୁଣି ଠାବ ହୋଇଛି ଡ୍ରୋନ । ମଙ୍ଗଳବାର ରାତି  ପ୍ରାୟ ୧0ଟାରେ ସୀମା ରେଖା ଉପରେ ଏକ ଡ୍ରୋନ ଠାବ ହେବା ପରେ ତା ଉପରକୁ ସୀମା ସୁରକ୍ଷା ବଳ ଗୁଳିଚାଳନା କରିଥିଲେ । ପରେ ଏହା ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲା । ଗତ ରାତିରେ ସୀମାରେଖା ଉପରେ ନାଲି ଆଲୋକ ବିଛୁରିତ କରୁଥିବା ଏକ ଡ୍ରୋନ ଉଡିବା ପରିଲକ୍ଷିତ ହୋଇଥିଲା । ବିଏସଫ ଯବାନମାନେ ସତର୍କ ହୋଇ ଗୁଳିଚାଳନା କରିଥିଲେ ।

ଏହି ଘଟଣା ସମ୍ବଦ୍ଧରେ ବିଏସଏଫ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ।  ଏହି ଘଟଣା ପ୍ରାୟ ରାତି ୧୦ଟାରେ ଜମ୍ମୁର ଅରନିୟା ସେକ୍ଟରରେ ହୋଇଛି । ସୈନିକଙ୍କୁ ଆକାଶରେ ଦେଖା ଯାଇଥିବା ଲାଲ ରଙ୍ଗର ଆଲୋକ ପ୍ରାୟ ୨୦୦ ମିଟର ଉପରେ ରହିଥିଲା ।

ଗତ ଜୁନରେ ଏୟାରବେସ ଆକ୍ରମଣ ପରଠାରୁ ବର୍ତ୍ତମାନ ଯାଏଁ ଏହାକୁ ମିଶାଇ ୬ଟି ଡ୍ରୋନ ଠାବ ହେଲାଣି । ଜାମ୍ମୁ ବିସ୍ଫୋରଣରେ ଆଇଇଡି ବ୍ୟବହୃତ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଥିଲେ ।

ଏହି ଘଟଣା ପରେ ଜମ୍ମୁ କାଶ୍ମୀରର ପୋଲିସ୍‌  ସୂଚନା ଦେଇଥିଲେଯେ, ପାକିସ୍ତାନ ସଙ୍ଗଠନ ‘ଲସ୍କର ଏ ତୟାବା’ର ଏକ ଆତଙ୍କବାଦୀ ମଧ୍ୟ ଆଇଇଡି ସହିତ ଧରା ପଡ଼ିଥିଲା ।  ଭିଡ଼ ସ୍ଥାନରେ ବିସ୍ଫୋରଣ କରିବା ପାଇଁ ସେ ଷଡ଼ଯନ୍ତ୍ର ରଚିଥିଲା । ଏହି ଘଟଣା ପରେ ତା ପରଦିନ ଜମ୍ମୁର ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ୍‌ ଦେଖାଯାଇଥିଲା ।

Leave a Reply