ଡ୍ରାଇଭର ସଙ୍ଘ ଆନ୍ଦୋଳନ ପ୍ରତ୍ୟାହୃତ, କାଲିଠୁ ସ୍ବାଭାବିକ ହେବ ଗାଡ଼ି ଚଳାଚଳ
ଭୁବନେଶ୍ବର: ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରତ୍ୟାହାର । ସୂଚନା ଦେଲେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ ।
ରାଜ୍ୟ ସରକାର ଡ୍ରାଇଭରଙ୍କ ସମସ୍ତ ଦାବି ପୂରଣ କରିଛନ୍ତି । ଏନେଇ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ । ମୃତ ଡ୍ରାଇଭରଙ୍କ ପରିବାରକୁ ସରକାର ସହାୟତା କରିଛନ୍ତି । ସୋମବାର ବିଧିବଦ୍ଧ ଭାବେ ଡ୍ରାଇଭରଙ୍କ ପରିବାରକୁ ଚେକ୍ ଦିଆଯିବ । ହେଲେ କେନ୍ଦ୍ରର ଭୁଲ ଆଇନ ଯୋଗୁଁ ରାଜ୍ୟରେ ଆନ୍ଦୋଳନ ଠିକ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି । ଆନ୍ଦୋଳନ ପ୍ରତ୍ୟାହାର ପରେ ଆସନ୍ତାକାଲିଠାରୁ ସ୍ବାଭାବିକ ହେବ ଗାଡି ଚଳାଚଳ ।