ଭୋପାଳରେ ଲଜ୍ଜା: ସ୍କୁଲ ବସରେ ୩ବର୍ଷର ଶିଶୁ ସହ ଦୁଷ୍କର୍ମ !

ଭୋପାଳ: ସବୁ ସୀମା ଟପିଯାଇଛି ଜନପିପାଶୁ ପୁରୁଷ । ନିଜର ଭୋକ ମେଣ୍ଟାଇବା ପାଇଁ ଛୋଟ ଛୋଟ ଶିଶୁଙ୍କୁ ବି ଛାଡୁନାହାନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଏବଂ ଝାରଖଣ୍ଡ ରାଞ୍ଚିରୁ ଦୁଇଟି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ମଧ୍ୟ ପୁରୁଷ ସମାଜକୁ ଧିକ୍କାର କରିବେ । ଦୁଇଟି ସ୍ଥାନାରେ ଶିଶୁ କନ୍ୟାଙ୍କ ସହ ବଳାତ୍କାର ହୋଇଛି । ଭୋପାଳର ଏକ ଜଣାଶୁଣା ସ୍କୁଲର ବସ୍ ଡ୍ରାଇଭର ଏବଂ ମହିଳା ହେଲ୍ପରଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୋଗ ଯେ, ସ୍କୁଲ ବସ୍ ଡ୍ରାଇଭର ବସ୍ ଭିତରେ ୩ ବର୍ଷର ଶିଶୁ କନ୍ୟାଙ୍କ ସହ ଦୁଷ୍କର୍ମ କରିଛି ଏବଂ ବସରେ ଉପସ୍ଥିତ ମହିଳା ହେଲ୍ପର ମାମଲାକୁ ଲୁଚାଇବା ପାଇଁ ଉଦ୍ୟମ କରିଛନ୍ତି । ସୂଚନନୁଯାୟୀ, ଭୋପାଳର ଏକ ପ୍ରତିଷ୍ଠିତ ଘରୋଇ ସ୍କୁଲରେ ଶିଶୁ ଜଣଙ୍କ ନର୍ସରୀରେ ପାଠ ପଢ଼ୁଛି । ପରିବାରବର୍ଗ ପୋଲିସକୁ କହିଛନ୍ତି ଯେ, ସ୍କୁଲରୁ ଶିଶୁ ପୁତ୍ରୀ ଘରକୁ ଆସିବା ପରେ ଡ୍ରେସ ବଦଳାଇବା ସମୟରେ ଶିଶୁର ମାଆ ତାର ପ୍ରାଇଭେଟ ପାର୍ଟରେ ଚିହ୍ନ ଦେଖିଥିଲେ । ଏହାପରେ ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

ମାଆ ଯେତବେଳେ ଶିଶୁ ପୁତ୍ରୀଙ୍କୁ ପଚାରିଥିଲେ ତେବେ ଶିଶୁ ଜଣଙ୍କ କହିଥିଲେ ଯେ ସ୍କୁଲ ବସ୍ ଡ୍ରାଇଭର ଖରାପ ସ୍ପର୍ଶ କରିଛନ୍ତି । ଏହାପରେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିବା ପରେ ଏହାକୁ ସେମାନେ ପ୍ରତ୍ୟାକ୍ଷାନ କରିଥିଲେ । ଏହାପରେ ପରିବାର ଲୋକେ ପୋଲିସରେ ମାମଲା ରୁଜୁ କରିଥିଲେ । ପୋଲିସ ୩୭୬ ଧାରା ଆଧାରରେ ଡ୍ରାଇଭରକୁ ଗିରଫ କରିଛି । ସେହିପରି ମହିଳା ହେଲ୍ପରଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ସୋମବାର ଏକ ୨୨ ବର୍ଷୀୟ ବ୍ୟକ୍ତି ଛଅ ବର୍ଷର ଝିଅକୁ ଚକଲେଟର ଲୋଭ ଦେଇ କଥିତ ରୂପରେ ତା ସହ ଦୁଷ୍କର୍ମ କରିଛି । ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି । ପୋଲିସ ଅନୁସାରେ, ଅଭିଯୁକ୍ତ ତିନି ଚାରି ଦିନ ପୂର୍ବେ ଝିଅ ସହିତ କଥିତ ରୂପରେ ଟଣାଓଟରା ମଧ୍ୟ କରିଥିଲା ।