ଦୁଆରଶୁଣୀ ଘାଟିରୁ ଖସିପଡିଲା କଣ୍ଟେନର ଓ ତେଲ ଟ୍ୟାଙ୍କର, ଜଳିଗଲେ ଡ୍ରାଇଭର

ବାରିପଦା: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ଟ୍ରକ ସହ ଜଳିଗଲେ ଡ୍ରାଇଭର । ଘାଟିରୁ ଖସିପଡିଲା କଣ୍ଟେନର ଓ ତେଲ ଟ୍ୟାଙ୍କର । ୪୯ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିବା ବେଳେ ୨ଟି ଟ୍ରକ ଜଳିଗଲା । ଗୋଟେ ପରେ ଗୋଟିଏ ଗାଡ଼ି ଖସିବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି।

ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନ୍ୟ ଟ୍ରକର ଡ୍ରାଇଭର ଗାଡି ଭିତରେ ଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।