ରାଜଧାନୀରେ ମିଳୁଛି ବିଶୁଦ୍ଧ ପାଣି: ୨୧ ରାଜ୍ୟର ରାଜଧାନୀ ମଧ୍ୟରେ ମୁମ୍ୱାଇ ପ୍ରଥମ, ଭୁବନେଶ୍ୱର ତୃତୀୟ

1 min read

ନୂଆଦିଲ୍ଲୀ: ବନେଶ୍ୱରବାସୀଙ୍କୁ ମିଳୁଛି ସ୍ୱଚ୍ଛ ପିଇବା ପାଣି । ଏହାର ମାନ ମଧ୍ୟ ଉତ୍ତମ ରହିଛି । ଅନ୍ୟ ରାଜ୍ୟର ରାଜଧାନୀବାସୀଙ୍କ ତୁଳନାରେ ମଧ୍ୟ ବିଶୁଦ୍ଧ ପାଣି ପାଉଛନ୍ତି ଭୁବନେଶ୍ୱରବାସୀ । ଏଭଳିକି ସ୍ୱଚ୍ଛ ପାଣି ପାଉଥିବା ରାଜଧାନୀମାନଙ୍କ ତାଲିକାର ୩ ନମ୍ୱର ସ୍ଥାନରେ ରହିଛି ଭୁବନେଶ୍ୱର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ ।

ନିକଟରେ ୨୧ଟି ରାଜ୍ୟର ରାଜଧାନୀରେ ମିଳୁଥିବା ପିଇବା ପାଣିର ନମୂନା ଯାଞ୍ଚ କରିଛନ୍ତି କେନ୍ଦ୍ର ସରକାର । ଯାଞ୍ଚ ପରବର୍ତ୍ତୀ ରିପୋର୍ଟ ଅନୁଯାୟୀ ୫ଟି ସହରର ପାଣି ସର୍ବୋତ୍ତମ ରହିଛି । ତାଲିକାର ଶୀର୍ଷରେ ଦେଶର ବାଣିଜ୍ୟିକ ସହର ମୁମ୍ୱାଇ ରହିଥିବାବେଳେ ତା’ ପଛକୁ ରହିଛି ହାଇଦ୍ରାବାଦ୍‌, ଭୁବନେଶ୍ୱର, ରାଞ୍ଚି ଓ ରାୟପୁର । ସେହିପରି ସବୁଠାରୁ ନିମ୍ନମାନର ପାଣି ପିଉଛନ୍ତି ଦିଲ୍ଲୀବାସିନ୍ଦା । ରିପୋର୍ଟ ଅନୁଯାୟୀ ଦିଲ୍ଲୀର ପିଇବା ପାଣି ଅଧିକ ପ୍ରଦୂଷିତ । ଦିଲ୍ଲୀ ପଛକୁ କୋଲକାତା ଥିବାବେଳେ ଏହା ପଛକୁ ରହିଛି ଚେନ୍ନାଇ ଓ ଡେରାଡୁନ୍‌ । ୨୦୨୪ ସୁଦ୍ଧା ସ୍ୱଚ୍ଛ ଅଭିଯାନ ଅନୁସାରେ ଦେଶକୁ ସ୍ୱଚ୍ଛ ପାଣି ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହାକୁ ନଜରରେ ରଖି କେନ୍ଦ୍ର ଖାଦ୍ୟ ଯ଼ୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ ଦେଶର ୨୧ଟି ସହରର ପାଣିର ନମୂନା ରିପୋର୍ଟ ବାବଦରେ ପ୍ରକାଶ କରିଛନ୍ତି । ')}

Leave a Reply