ଖାଇବା ପରେ ଥଣ୍ଡାପାଣି ପିଇବାକୁ କାହିଁକି ବାରଣ କରାଯାଏ? ପଢନ୍ତୁ

ଅଧିକାଂଶ ଖାଇବା ପରେ ପାଣି ପିଇଥାନ୍ତି । ଆଉ କେହି ସଚେତନତାକୁ ନଜରରେ ରଖି ଏହାକୁ ବାଦ୍ ଦିଅନ୍ତି । ଉଭୟଙ୍କ ମଧ୍ୟରେ ଶୋଷକୁ ଅଟକାଇ ନପାରି ଖାଇବା ପରେ ପାଣି ପିଉଥିବା ଲୋକଙ୍କ ହାର ଅଧିକ । କିନ୍ତୁ ଖାଇବା ପରେ ହଠାତ୍ ପାଣି ପିଉଥିବା ବ୍ୟକ୍ତିଙ୍କୁ ଅଧିକାଂଶ ସମୟରେ ସଚେତନ କରାଯାଏ । କୁହାଯାଏ ଏଭଳି କରିବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ତେବେ ଏହାକୁ କାହିଁକି ବାରଣ କରାଯାଇଛି ଆସନ୍ତୁ ନଜର ପକାଇବା ।
ଏପରି କରିବା ଅନୁଚିତ, କାରଣ ଏହି ଖରାପ ଅଭ୍ୟାସ ହୃଦୋରାଗର କାରଣ ହୋଇପାରେ ।
ଆମ ଶରୀରର ସାଧାରଣ ତାପମାତ୍ରା ହେଉଛି ୩୭ ଡିଗ୍ରୀ ସେଲିସିୟସ୍। ଏଥିପାଇଁ ଆମେ ୨୦ ରୁ ୨୨ ଡିଗ୍ରୀ ସେଲସିୟସ ତାପମାତ୍ରାର ପାଣି ପିଇବା ଉଚିତ । ମନେ ରଖନ୍ତୁ ଖାଦ୍ୟ ଗ୍ରହଣ ପରେ ପରେ ଯଦି ଥଣ୍ଡା ପାଣି ପିଇବେ, ଖାଦ୍ୟ ଠିକ୍ଭାବେ ହଜମ ହୁଏନି ।
ଖାଲି ସେତିକି ନୁହେଁ ଖାଇବା ପରେ ଥଣ୍ଡା ଜଳ ପିଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ ବୋଲି କୁହାଯାଏ । ଏକ ଗବେଷଣାରେ କୁହାଯାଇଛି ଯେ ଖାଦ୍ୟ ଗ୍ରହଣ ପରେ ଥଣ୍ଡା ଜଳ ପିଇଲେ ପାଚନ କ୍ରିୟା ଶିଥିଳ ହୋଇଯାଏ ଏବଂ ପେଟରେ ଥିବା ଅମ୍ଳ ସଂପର୍କରେ ଆସି ଏହି ଥଣ୍ଡା ଜଳ ଶରୀର ମୋଟାପାର କାରଣ ହୋଇଥାଏ । ତେଣୁ ଖାଇବାର କିଛି ସମୟ ପୂର୍ବରୁ ପାଣି ପିଇ ପାରିବେ ।