ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ପାନୀୟ ଜଳ; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ମେୟର
ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫର୍ମ ଟ୍ୟାପ ମାନର ପାନୀୟ ଜଳ । କଟକର ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ଜଳ ବିଶୋଧନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବ । ଏହି ନିର୍ମାଣ କାମ ପାଇଁ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ଦାୟିତ୍ୱ ନେଇଥିବା ବେଳେ ଗତକାଲି ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪ ଘଣ୍ଟିଆ ଡ୍ରିଙ୍କ ଫର୍ମ ଟ୍ୟାପ ମାନର ଜଳ ଯୋଗାଣରେ ସହାୟକ ହେବ ।
ଏହି ପ୍ରକଳ୍ପ କାମ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିବା ପପେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଧାୟକ ଓ ବିଏମସି ମେୟର । ଏ ନେଇ ପାନ୍ଥ ନିବାସରେ ଏକ ସାମ୍ବାଦିକ ସମିଳନୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।