ଆଇପିଏଲ୍ ୨୦୨୦ ପାଇଁ ଟାଇଟଲ ସ୍ପନସର ହେଲା ଡ୍ରିମ-୧୧, ୨୨୨ କୋଟିରେ କିଣିଲା ସ୍ପନସର
1 min readନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦ ପାଇଁ ଚାଇନାର କମ୍ପାନୀ VIVO ସ୍ଥାନରେ ନୂଆ ସ୍ପନସର ଘୋଷଣା ହୋଇଛି । ଫଟାଫଟ ରୋମାଞ୍ଚ ଆଇପିଏଲକୁ ସ୍ପନସର କରିବ ଡ୍ରିମ-୧୧ । ଆଇପିଏଲ ୨୦୨୦ ପାଇଁ ଚୀନ କମ୍ପାନୀ ଭିଭୋ ସ୍ଥାନରେ ନୂଆ ଟାଇଟଲ ପ୍ରାୟୋଜକ ଘୋଷଣା ହୋଇଛି । ୟୁଏଇରେ ହେବାକୁ ଥିବା ଚଲିତ ସିଜନ ୧୩ ପାଇଁ ଡ୍ରିମ-୧୧ର ନାଁ ଘୋଷଣା କରିଛି ବିସିସିଆଇ । ୨୫୦ କୋଟି ଟଙ୍କାରେ ଡ୍ରିମ ୧୧ ଚଳିତ ବର୍ଷର ଆଇପିଏଲ ଟାଇଟଲ ପ୍ରାୟୋଜକ ଅଧିକାର ହାତେଇଛି । ଏହି ବିଡ ଭିଭୋର ବାର୍ଷିକ ୪୪୦ କୋଟି ଟଙ୍କାଠାରୁ ୧୯୦ କୋଟି କମ ।
ଅନଏକାଡେମୀ, ଟାଟା ଗ୍ରୁପ ଓ ବାଇଜୁ ମଧ୍ୟ ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ଥିଲା । ଅନଏକାଡେମୀ ୨୧୦ କୋଟିର ବିଡ ଦାଖଲ କରିଥିବା ଟାଟା ୧୮୦ କୋଟିର ବିଡ ଦାଖଲ କରିଥିଲା । ବାଇଜ ମାତ୍ର ୧୨୫ କୋଟି ଟଙ୍କାର ବିଡ ଦାଖଲ କରି ଦୌଡର ଶେଷରେ ଥିଲା । ଭାରତ ଓ ଚୀନ ମଧ୍ୟରେ ବଢୁଥିବା ବିବାଦ ହେତୁ ବିସିସିଆଇ ଚଳିତ ସିଜନରୁ ଭିଭୋକୁ ହଟାଇ ଦେଇଥିଲା ।
ଭିଭୋ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟୋଜକ ପାଇଁ ୫ ବର୍ଷୀୟା ଚୁକ୍ତି କରିଥିଲା । ଯେଉଁଥିରେ ପ୍ରତିବର୍ଷ ୪୪୦ କୋଟି ହିସାବରେ ମୋଟ ୨୧୯୦ କୋଟି ଟଙ୍କା ପାଇଁ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିଲା । ଏଥର ଆଇପିଏଲ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ଚାଲିବ । ନଭେମ୍ବର ୧୦ ତାରିଖରେ ଫାଇନାଲ ଖେଳାଯିବ । କରୋନା ପାଇଁ ଏଥର ଫଟାଫଟ କ୍ରିକେଟର ଏହି ଲିଗ ସେପ୍ଟେମ୍ବରକୁ ଘୁଞ୍ଚାଯାଇଛି ।