ଡ୍ରୋନ ଆକ୍ରମଣର ମୁକାବିଲା ନେଇ ଲାଲକିଲ୍ଲାରେ ମୁତୟନ ହୋଇଥିଲା ଲେଜର ସିଷ୍ଟମ; ଜାଣନ୍ତୁ କ’ଣ ଏହି ବ୍ୟବସ୍ଥା
1 min readନୂଆଦିଲ୍ଲୀ: ଲାଲକିଲ୍ଲାରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ଏଠାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ଏଠାରେ ବହୁ ସଂଖ୍ୟାରେ ଭିଭିଆଇପି ମଧ୍ୟ ଉପସ୍ଥିତ ଥିବା ବେଳେ ହଜାର ହଜାର ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଯାହାଙ୍କ ସୁରକ୍ଷା ଦାୟିତ୍ୱ ଆମ ଦେଶର ସୈନିକଙ୍କ ଏବଂ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବୈଜ୍ଞାନିକ ସଂସ୍ଥାମାନଙ୍କ ଉପରେ ନ୍ୟସ୍ତ ଥିଲା । ଲାଲକିଲ୍ଲା ନିକଟରେ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରାଯାଇଥିଲା ।
ଏହି ଡ୍ରୋନ ସିଷ୍ଟମକୁ ଦେଶର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏଥିରେ ଦୁଇ ପ୍ରକାର ଟେକ୍ନୋଲୋଜି କାମ କରେ । ପ୍ରଥମ ସଫ୍ଟ ସ୍କିଲ୍ । ଯାହା ଦ୍ୱାରା କୌଣସି ବି ପ୍ରକାରର ଡ୍ରୋନ୍କୁ କଣ୍ଟ୍ରୋଲ କରାଯାଉଥିବା ଲିଙ୍କ୍କୁ ବିଚ୍ଛେଦ କରିବା । ଯାହା ଦ୍ୱାରା ଡ୍ରୋନ୍ ଦିଗହରା ହେବା ସହ ତଳେ ପଡ଼ିଯାଏ ।
ଦ୍ୱିତୀୟ ଟକ୍ନୋଲୋଜି ହେଉଛି ହାର୍ଡ କିଲ୍ । ଏହା ହେଉଛି କାଉଣ୍ଟର ଡ୍ରୋନ ସିଷ୍ଟମ । ଏହା ଦ୍ୱାରା ଲେଜର ସିଷ୍ଟମ ରେଞ୍ଜ ମଧ୍ୟକୁ ଡ୍ରୋନ୍ ଆସିବା ପରେ ଏହାକୁ ବିଭିନ୍ନ ଲେଜର ଅସ୍ତ୍ର ଦ୍ୱାରା ଆକ୍ରମଣ କରି ଧ୍ୱଂସ କରିଦିଆଯାଏ । ଅର୍ଥାତ ଏହି ରେଞ୍ଜକୁ ଆସିବା ପରେ ଡ୍ରୋନ୍କୁ ଖସିଯିବ ଅବା ଖସାଇଦିଆଯିବ ।
#WATCH | The counter-drone system developed by DRDO has been deployed near the Red Fort area in the national capital to tackle any potential threat from small drones. The system can detect and deactivate drones of any size within a radius of around 4 km: DRDO officials pic.twitter.com/G9UUD6i9YU
— ANI (@ANI) August 14, 2022