DRDO ଗୁପ୍ତ ତଥ୍ୟ ଲିକ୍ ଘଟଣା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା

DRDO Espionage Case, Unknown Woman Offered Marriage Proposal To Accused

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଖୋଲୁଛି ଗୁମର । ୫ ଅଭିଯୁକ୍ତଙ୍କୁ ୭ ଦିନର ମାରାଥନ୍ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିଛି । ରହସ୍ୟମୟୀ ସନ୍ଦିଗ୍ଧ ମହିଳା ଜଣଙ୍କ ୟୁକେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

DRDO Espionage Case, Unknown Woman Offered Marriage Proposal To Accused

ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତମାନେ ଜେଲ୍ ଯାଇଛନ୍ତି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସନ୍ଦିଗ୍ଧ ମହିଳା ଜଣଙ୍କ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ବିଭିନ୍ନ ସୋସିଆଲ୍ ମିଡିଆରେ ଅଲଗା ଅଲଗା ପରିଚୟ ଦେଇ ଅଭିଯୁକ୍ତମାନଙ୍କ ସହ କଥା ହେଉଥିଲେ ।

୨ ଜଣ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ଭିଡିଓ କଲ୍ କରିଥିବା ଜେରା ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।  ମହିଳା ଜଣଙ୍କ ହିନ୍ଦୀରେ କଥା ହେଉଥିଲେ । ଏପରିକି ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ସେହିଭଳି ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା । ଦୁବାଇରୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ଆକାଉଣ୍ଟ ତଥ୍ୟ ସହ ମହିଳା ଜଣଙ୍କର ପ୍ରକୃତ ପରିଚୟ, କେଉଁଠାରେ ଅଛନ୍ତି ଜାଣିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ କରୁଛି ।

Leave a Reply