କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପରୀକ୍ଷଣ କଲା ଡିଆରଡିଓ

1 min read
DRDO conducts successful flight test of Solid Fuel Ducted Ramjet

ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)କୁ ଆଉ ଏକ ସଫଳତା ମିଳିଛି । ଓଡ଼଼ିଶା ଉପକୂଳର ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR)ର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଆଶା ଅନୁସାରେ, ସବସିଷ୍ଟମ, ବୁଷ୍ଟର ମୋଟର, ନଜଲ-ଲେସ୍ ମୋଟର କାର୍ଯ୍ୟ କରିଛି । ଡିଆଡିଓର ମିସାଇଲ୍ ଟେଷ୍ଟରେ କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟ ଭଳି ନୂଆ କୌଶଳ କାମ କରିଛି ।

କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପ୍ରଦର୍ଶନ ଡିଆରଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି । ଏହା ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ଟେଷ୍ଟ ସମୟରେ ମିସାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା । ସେହିଭଳି ଭାବେ ନଜଲ-ଲେସ୍ ବୁଷ୍ଟରରେ ରାମଜେଟ୍ ପରୀକ୍ଷଣ ନମ୍ବର ମ୍ୟାଚ୍ କରାଯାଇଥିଲା ।

ମିସାଇଲର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆରର ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା । ପରୀକ୍ଷଣକୁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ଡିଆରଡିଏଲ୍, ଆରସିଆଇ ଏବଂ ଏଚଇଏମ୍ଆରଏଲ୍ ତତ୍ତ୍ୱାବଧାନରେ କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ, ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply