ଦ୍ୱିତୀୟ ଥର ଭିଜିଲାନ୍ସ ହାତରେ ଧରା ପଡ଼ିଲେ DRDA କନିଷ୍ଠ ଯନ୍ତ୍ରୀ, ବିଲ କରାଇଦେବା ପାଇଁ ନେଉଥିଲେ ୧୬ ହଜାର ଟଙ୍କା

1 min read

ଢ଼େଙ୍କାନାଳ: ତାକୁ ଯେତେ ମାଠିବୁ ମାଠେ ସେ ସେଇ ଦରପୋଡ଼ା କାଠେ । ବାରମ୍ବାର ଧରାପଡ଼ିଲେ ମଧ୍ୟ ସୁଧୁରନାହାନ୍ତିଁ ସରକାରୀ କର୍ମଚାରୀ । ନିରିହ ଲୋକଙ୍କ ଠାରୁ ଲୁଟି ଚାଲିଛନ୍ତି ଅର୍ଥ । କାମ କରାଇଦେବା କହି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏନେଇ ତାଙ୍କ ନାମରେ ଅଭିଯୋଗ ହେଉଛି । ଭିଜିଲାନ୍ସ ଏମାନଙ୍କୁ ଗିରଫ ମଧ୍ୟ କରୁଛି । କିନ୍ତୁ ସୁଧୁରୁ ନାହାନ୍ତି ଏମାନେ । ଯେମିତି ବିଲେଇ ଆମିଷ ଖାଇବା ଛାଡ଼େନାହିଁ ଠିକ୍‌ ସେମିତି ଏମାନେ ମଧ୍ୟ ଲାଞ୍ଚ ନେବା ଛାଡ଼ନ୍ତି ନାହିଁ ।

ଆମେ କହୁଛୁ DRDAର କନିଷ୍ଠ ଯନ୍ତ୍ରୀଙ୍କ କଥା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୁଣି ଥରେ ଧରା ପଡ଼ିଛନ୍ତି ଢ଼େଙ୍କାନାଳର  DRDA କନିଷ୍ଠ ଯନ୍ତ୍ରୀ ବିପିନ ଦାସ । ଠିକାଦାରଙ୍କ ବିଲ କରାଇ ଦେବା ପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡ଼ିଛନ୍ତି । ତେବେ ପୂର୍ବରୁ ବିପିନ ସଦର ବ୍ଲକ ରେ କାର୍ଯ୍ୟରତ ଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ । ଏହା ହେଉଛି ଦ୍ୱିତୀୟ ଥର ଯେଉଁଥିରେ ତାଙ୍କୁ ଭିଜିଲାନ୍ସ ପୁଣିଥରେ ଧରିଛି । ବିପିନଙ୍କୁ ଜେରା କରୁଛି ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଟିମ ।

Leave a Reply