ନବୀନ ନିବାସରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

1 min read

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେଠାରେ ସେ ୨୦ ମିନିଟରୁ ଅଧିକ ସମୟ ରହିବାର କାର୍ଯ୍ୟକ୍ରମ ରହିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ କରିବେ ଦ୍ରୌପଦୀ ମୁର୍ମୁ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସେ ଅନ୍ୟ ରାଜ୍ୟକୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଭିକ୍ଷା କରିବାକୁ ଯିବେ ।

ସୂଚନା ଅନୁସାରେ ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ସେଠାରୁ ସେ ଅତିଥି ଭବନ ଯାଇଥିଲେ । ଅତିଥି ଭବନରୁ ବିଧାନସଭା ଆସିଥିଲେ ଦ୍ରୌପଦୀ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭବ୍ୟ ସ୍ୱାଗତ କରିବା ସହ ସମ୍ମଳନୀ କକ୍ଷଙ୍କୁ ପାଛୋଟି ନେଇଥିଲେ । ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ଦ୍ରୌପଦୀ । ବିଧାନସଭାରୁ ରାଜ୍ୟ ଅତିଥି ଭବନ ଯାଇ ବିଜେପି ସାଂସଦ ଓ ବିଧାୟକଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।