ଦ୍ରୌପଦୀଙ୍କ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ମାହୋଲ । ବିଜେପି କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍ଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାଯାଏଁ ଦ୍ରୌପଦୀଙ୍କ କର୍ମମୟ ଜୀବନ ସମସ୍ତ ବିଜେପି କର୍ମୀଙ୍କୁ ପ୍ରଭାବିତ କରିଛି । ଓଡ଼ିଆ ଜାତିକୁ ପ୍ରଧାନମନ୍ତ୍ରୀଙ୍କ ଏହା ସର୍ବଶ୍ରେଷ୍ଠ ଉପହାର ବୋଲି ସମୀର କହିଛନ୍ତି । ଆଜାଦୀର ଅମୃତ ଉତ୍ସବ ସାରା ଦେଶ ପାଳୁଥିବା ବେଳେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ନିଷ୍ପତ୍ତି ପୂର୍ବ ଭାରତର ଗରିମା ବୃଦ୍ଧି ହୋଇଛି ବୋଲି ସମୀର ମହାନ୍ତି କହିଛନ୍ତି ।