spot_img

Latest Posts

ଘର ଉପରକୁ ମାଡିଗଲା ଚିପ୍ସ ବୋଝେଇ ଡମ୍ପର

ନନ୍ଦିଘୋଷ ବ୍ୟୁରୋ: ଘର ଉପରକୁ ମାଡିଗଲା ଚିପ୍ସ ବୋଝେଇ ଡମ୍ପର। ଘଟଣାସ୍ଥଳରେ ସ୍ବାମୀ ସ୍ତ୍ରୀ ଙ୍କ ମୃତ୍ଯୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନାତି ବୋହୂ। ବାଲେଶ୍ବର  ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକରେ ଅଘଟଣ। ମୃତ ଦମ୍ପତ୍ତି  କାଶିଡିହା ଗାଁର ସୁଧୀର ଜେନା ଏବଂ ଗୀତାରାଣୀ ଜେନା। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଳମ୍ବିତ ରାତି ରେ ଓଡିଶାରୁ ପଶ୍ଚିମବଙ୍ଗକୁ ଡମ୍ପରରେ ଚିପ୍ସ ଚୋରା ଚାଲାଣ ବେଳେ ଡମ୍ପରଟି ଭାରସାମ୍ଯ ହରାଇ ଘର ଉପରକୁ ମାଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

Latest Posts

Don't Miss