ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି

1 min read

ଭୁବନେଶ୍ୱର: ଭୁବନେଶ୍ୱର ମେୟର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା  । ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି  । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି  । ବିଜେଡି ଭୁବନେଶ୍ୱର ମେୟର ପାଇଁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଘୋଷମା କରିଥିବାବେଳେ ବିଜେପି ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି  ।

ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି  । ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ  । କଂଗ୍ରେସ ମଧ୍ୟ ଭୁବନେଶ୍ୱର ମହାଗନର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା  । ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ କେଉଁ ପ୍ରାର୍ଥୀ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି  । କିଏ ଭୋଟରଙ୍କ ଲୋକାଦୃତ ହୋଇପାରୁଛନ୍ତି ତାହା ଉପରେ ନଜର ରହିଛି  ।

ସେପଟେ କଟକ ଏବଂ ବ୍ରହ୍ମପୁର ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଭୁବନେଶ୍ୱର ପାଇଁ ବିଜେପି ଓ ବିଜେଡି ଉଭୟେ ଜଣେ ସାମ୍ବାଦିକଙ୍କୁ ପ୍ରାର୍ଥୀ କରିଛନ୍ତି  । ପୂର୍ବରୁ ପ୍ରତ୍ୟକ୍ଷ ସାମ୍ବାଦିକତା କରୁଥିବା ସୁଲୋଚନା ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି  । ସେହିପରି ଡକ୍ତର ସୁନୀତି ମୁଣ୍ଡ୍ ମଧ୍ୟ ସାମ୍ବାଦିକ ଏବଂ ଲେଖକ ଭାବେ କର୍ତ୍ତବ୍ୟ ନିର୍ବାଙ କରୁଥିଲେ  ।

Leave a Reply