ନମ୍ବର ବନ୍ଦ ହୋଇଯିବ କହି ଡାକ୍ତରଙ୍କ ଆକାଉଣ୍ଟ ଖାଲି କରିଦେଲେ ଅନଲାଇନ୍ ଠକ

1 min read

କଟକ: ଅନଲାଇନ୍ ଲୁଟେରାଙ୍କ ଜାଲରେ ଡାକ୍ତର । ବନ୍ଦ ହୋଇଯିବ ଆପଣଙ୍କ ଫୋନ୍ ନମ୍ବର । ଜଲଦି ରିଚାର୍ଜ କରାନ୍ତୁ । ଏମିତି ମୋବାଇଲ୍ ନମ୍ବର ବନ୍ଦ ହେବାର ଭୟ ଦେଖାଇ ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଅନଲାଇନ୍ ଲୁଟେରା । କଟକ ସିଡିଏ ସେକ୍ଟର-୭ରେ ରହୁଥିବା ଡାକ୍ତର ସନାତନ ମହାନ୍ତି ଏନେଇ ସାଇବର ଥାନାରେ ଏତଲା ଦେଇଛନ୍ତି । ଫେବ୍ରୁଆରୀ ୯ ତାରିଖରେ ସନାତନଙ୍କ ବିଏସଏନଏଲ ନମ୍ବରୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖାଥିଲେ ରିଚାର୍ଜ ନକଲେ କିଛି ଘଣ୍ଟା ମଧ୍ୟରେ ନମ୍ବର କଟିଯିବ । ମେସେଜ ତଳେ ଏକ ନମ୍ବର ମଧ୍ୟ ଥିଲା ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଉକ୍ତ ନମ୍ବରରେ କଲ୍ କରିଥିଲେ ସନାତନ । ଠକ ଜଣଙ୍କ ହିନ୍ଦୀର କଥାବାର୍ତ୍ତା ହେବା ସହ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ । ସନାତନ ବିଏସଏନଏଲ ଅଫିସ୍ ଯାଇ ରିଚାର୍ଜ କରିବେ ବୋଲି କହିବାରୁ ଠକ ଡେବିଟ୍ କାର୍ଡ ଅଛି କି ବୋଲି ପଚାରିବା ସହ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଥିଲେ । ଏଖିସହ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୱିକ୍ ଷ୍ଟାର୍ଟ ଅପ୍ ଡାଉନଲୋଡ୍ ପାଇଁ କହିଥିଲେ । ତା’ପରେ ଫୋନରେ ସନାତନଙ୍କୁ ଫୋନରେ ବତାଇଥିଲେ ଠକେଇର ଫର୍ମୁଲା ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଗୋଟିଏ ପରେ ଗୋଟିଏ ଲାଇନ୍ ଫିଲଅପ୍ କରିବା ପରେ ଏଟିଏମ ନମ୍ବର ଓ ସିଭିଭି କୋଡ୍ ମାଗିଥିଲା ଠକ । ତା’ପରେ ମାଗିଥିଲେ ବ୍ୟାଙ୍କ ଆକାଉଣ୍ଟ ନମ୍ବର । ସନାତନ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଠକକୁ ଦେଇଥିଲେ । ତା’ପରେ ୨୦ ମିନିଟ୍ ମଧ୍ୟରେ ମୋବାଇଲ୍ ଚାଲୁ ହୋଇଯିବ ବୋଲି ଠକ କହିଥିଲେ । ଠିକ୍ ଅଧ ଘଣ୍ଟା ପରେ ସନାତନଙ୍କ ମୋବାଇଲକୁ ଆସିଥିଲା ମେସେଜ । ଯାହାକୁ ଦେଖି କାବା ହୋଇଯାଇଥିଲେ ସନାତନ । କାରଣ ତାଙ୍କ ଆକାଉଣ୍ଟରୁ ୨୪ ଓ ୨୫ ହଜାର ଟଙ୍କା କଟିଛି ।

Dr. Sanatan Mohanty Losses 77 Lakhs In Cuttack Cyber Fraud

ଏନେଇ ସନାତନ ସେହିଦିନ ହିଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ, ଠକ ଜଣଙ୍କ ସନାତନଙ୍କ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ । ଆଉ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ସନାତନଙ୍କ ଆକାଉଣ୍ଟରେ ଥିବା ୬ଟି ଫିକ୍ସଡ୍ ଡିପୋଜିଟ୍ ଉଠାଇ ନେଇଥିଲେ । ଏହିଭଳି ଭାବେ ଠକ ୯ରୁ ୧୫ ତାରିଖ ମଧ୍ୟରେ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ବ୍ୟବହାର କରୁଥିବା ନମ୍ବର ୧୦ ଟିକିଆ । କିନ୍ତୁ ସନାତନଙ୍କୁ ୮ ଡିଜିଟ୍ ନମ୍ବରରୁ କଲ୍ ଆସିଥିଲା ।

Leave a Reply