spot_img

Latest Posts

ଆର୍‌. ଭାଲ୍ୟୁ କମ୍ ଥିବାରୁ ରାଜ୍ୟରେ ତୃତୀୟ ଲହରରେ ଅଧିକ ସଂକ୍ରମଣ ହେବନାହିଁ

ଭୁବନେଶ୍ୱର: ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ। ତେବେ ବିଭିନ୍ନ ଷ୍ଟଡି ଓ ମଡେଲ ମଧ୍ୟ କହୁଛି କି ଏଇ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର ଆସିପାରେ ଓ ଅକ୍ଟୋବରରେ ପିକ୍‌କୁ ଛୁଇଁ ପାରେ। ଏମିତି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି ତୃତୀୟ ଲହରରେ ଡେଲ୍ଟା ଭ୍ୟାରିଆଣ୍ଟ ଅଧିକ ସଂକ୍ରମିତ କରିବା ଆଶଙ୍କା ରହିଛି। ଯେଉଁଥିରେ ଦୈନିକ ଲକ୍ଷେରୁ ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ଓଡ଼ିଶାରେ ଆର୍‌. ଭାଲ୍ୟୁ କମ୍ ଥିବାରୁ ସଂକ୍ରମଣ ଅଧିକ ହେବନି। ତେବେ ତୃତୀୟ ଲହର ସମୟରେ ଓଡ଼ିଶାରେ ଦ୍ୱିତୀୟ ଲହର ଭଳି ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେବେ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଥିବା ସୂଚନା ଦିଆଯାଇଛି।

ସେପଟେ ସିବିକେ ମହାନ୍ତି ମଧ୍ୟ ଆର୍‌. ଭାଲ୍ୟୁ ଉପରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଆର. ଭାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି ବୋଲି କହିଛନ୍ତି। ଆର୍‌. ଭାଲ୍ୟୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହେବ। କେତେକ ରାଜ୍ୟରେ ବର୍ତ୍ତମାନ ଆର୍.‌ ଭାଲ୍ୟୁ ୧ ପାଖାପାଖି  ପହଞ୍ଚିଛି। ଓଡ଼ିଶାରେ ଆର୍‌. ଭାଲ୍ୟୁ ୧ ହୋଇନାହିଁ। ୧ ଉପରେ ରହିଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି।

Latest Posts

Don't Miss