spot_img

Latest Posts

ପୂର୍ବ ଅପେକ୍ଷା ରାଜ୍ୟରେ ବେଶ କମିଛି ସଂକ୍ରମଣ ସଂଖ୍ୟା: ନିରୋଜ ମିଶ୍ର

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ ବେଶ କମିଛି ସଂକ୍ରମଣ ସଂଖ୍ୟା। ପ୍ରଥମେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ଆରମ୍ଭ ହୋଇଥିଲା ବେଳେ ପ୍ରଥମେ ନିୟନ୍ତ୍ରଣକୁ ମଧ୍ୟ ଆସିଛି। କିନ୍ତୁ ଏବେ ଲୋକମାନେ କୋଭିଡ କଟକଣାକୁ ମାନୁନଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଡ. ନିରୋଜ ମିଶ୍ର ।

ରାସ୍ତାରେ ଅନୁମତି ନଥାଇ ହଜାର ହଜାର ଗାଡି ଚଳାଚଳ କରୁଛି । ଶୀତଳଷଷ୍ଠୀ ସମୟରେ ଲୋକମାନେ ବାହାରେ ବିନା ମାସ୍କରେ ବୁଲୁଥିବାର ଦେଖାଯାଇଛି । ଏପରିକି ଲୋକ ମାନେ କୋଭିଡ କଟକଣା ମାନୁନଥିବା ମଧ୍ୟ ଦେଖିବାକୁ ମିଳିଛି। ଯଦି ଲୋକମାନେ ନ ମାନିବେ ପୁଣି ଲକଡାଉନ କରିବାକୁ ପଡିବ ବୋଲି ସେ କହିଛନ୍ତି।

ସେହିପରି ଏବେ ବିଭିନ୍ନ ଦେଶରେ ତୃତୀୟ ପ୍ରବାହ ଆସିଲାଣି । ଡେଲଟା ଭ୍ୟାରିଏଣ୍ଟ ପରେ ଡେଲଟା ପ୍ଳସ ଆସିଲାଣି । ୟୁକେରେ ମାମଲା ୯ ହଜାରରେ ପହଞ୍ଚିଲାଣି । ଏବେ ଲକଡାଉନ କଡାକଡି ପାଳନ କରିବା କଥା। ନମାନିଲେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର।

ଅଧିକ ପଢନ୍ତୁ- ବ୍ୟାପକ କରାଯିବ ଡୋର ଟୁ ଡୋର ସର୍ଭେ: ନିରଞ୍ଜନ ମିଶ୍ର

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଏବଂ ସ୍ଥାନୀୟ ସଂକ୍ରମଣ ମାମଲା ୧ ହଜାର ୫୬୨ ରହିଛି। ଏଥିସହ କରୋନା ସଂକ୍ରମଣରୁ ୫୫୭୯ ଜଣ ସୁସ୍ଥ ହୋଇଛନ୍ତି ।

Latest Posts

Don't Miss