କ୍ୱାରେଣ୍ଟାଇନ୍‌ରେ ରହିଲେ ମଧ୍ୟ ହୋଇପାରିବ କରୋନା ଚିକିତ୍ସା, ସରକାର ଯୋଗାଇଦେବେ ଫାଭିପିରାଭିର୍‌

Favipiravir

ଭୁବନେଶ୍ୱର: ଏଣିକି କ୍ୱାରାଣ୍ଟାଇନ୍‌ରେ ରହିଲେ ମଧ୍ୟ ହୋଇପାରିବ କରୋନା ଚିକିତ୍ସା । ଘରେ ରହି ସେବନ କରିପାରିବେ ଫାଭିପିରାଭିର ଔଷଧ । ଯାହାକି କରୋନା ପାଇଁ ଏହା ଏକ ରାମବାଣ ସଦୃଶ । ଯଦି କରୋନା ଆକ୍ରାନ୍ତ ହେବାର ପ୍ରାଥମିକ ସ୍ତରରେ ଏହି ଔଷଧ ସେବନ କରାଯାଏ ତେବେ ଖୁବଶୀଘ୍ର ଏହା କରୋନାରୁ ମୁକ୍ତ କରିଥାଏ । ଲକ୍ଷଣ ଦେଖାଯାଉଥିଲେ ଏହା ଲକ୍ଷଣକୁ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଫାଭିପିରାଭିର ହେଉଛି ଏକ ଆଣ୍ଟି ଭାଇରାଲ ଡ୍ରଗ୍ସ ।

Favipiravir

ତେବେ କରୋନା ସହ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଔଷଧ ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ । ସବୁ ପ୍ରକାର ରୋଗୀ ଏହି ଔଷଧ ଖାଇପାରିବେ ନାହିଁ । ଯଦି ଖାଇବେ ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇପାରିବେ । ଏହି ଔଷଧ ସେବନ କରିବା ପାଇଁ ଅନେକ ବାରଣ ରହିଛି । ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷଣ ଯୁକ୍ତ ପଜିଟିଭ୍‌ ବ୍ୟକ୍ତି ଏହି ଔଷଧ ଖାଇପାରିବେ । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ଡାକ୍ତର ସମ୍ପତ ଦାସ

Favipiravir

ତେବେ ଯେଉଁ ରୋଗୀମାନଙ୍କ ଲିଭର କିମ୍ବା କିଡ୍‌ନୀ ସମସ୍ୟା ରହିଛି ସେମାନେ ଏହି ଔଷଧ ସେବନ କରିପାରିବେ ନାହିଁ ବୋଲି କୁହାଯାଇଛି । ବାତ ରୋଗୀ, କିମ୍ବା ଟିବି ମେଡିସନ୍‌ ଖାଉଥିବା ରୋଗୀ ଏହି ମେଡିସିନ୍‌ ଖାଇପାରିବେ ନାହିଁ । ଅନ୍ୟପଟେ ଗର୍ଭବତୀ ଓ ଶିଶୁମାନଙ୍କୁ ମଧ୍ୟ ଏହି ଔଷଧ ଖାଇବାକୁ ବାରଣ କରାଯାଇଛି । ଖାଲି ସେତିକି ନୁହେଁ ଏହି ଔଷଧ ଖାଇବା ସମୟରେ ମଦ୍ୟପାନ କରିବାକୁ ମନା କରାଯାଇଛି । ଲକ୍ଷଣ ନଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏମିତିକି ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଏହି ଔଷଧ ଖାଇପାରିବେ ନାହିଁ ।

Favipiravir

ପ୍ରଥମ ପର୍ଯ୍ୟାୟରେ କଟକ ଭୁବନେଶ୍ୱର ଓ ପୁରୀରେ ରୋଗୀମାନଙ୍କୁ ଏହି ଔଷଧ ଯୋଗାଇ ଦିଆଯିବ । ସଠିକ୍‌ ମାତ୍ରାରେ ଔଷଧ ସେବନ କଲେ ଏହା କରୋନା ଲକ୍ଷଣ କମାଇବାରେ ସହାୟକ ହେବ । ପ୍ରତ୍ୟେକ ଟାବ୍‌ଲେଟ୍‌ ଏହାର ଦୁଇ ଶହ ମିଳିଗ୍ରାମ୍‌ ଯୁକ୍ତ । ତେଣୁ ଆବଶ୍ୟକ ଅନୁସାରେ ଏହାକୁ ଖାଇବାକୁ ହେବ । ରୋଗୀକୁ ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସନ୍ଧ୍ୟାରେ ଖାଇବାକୁ ପଡ଼ିବ । ଦ୍ୱିତୀୟରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ୪ଟି ବଟିକା ସନ୍ଧ୍ୟାରେ ଖାଇବାକୁ ପଡ଼ିବ । ଏହା ଦ୍ୱାରା ଆପଣଙ୍କ ଶରୀର ଲକ୍ଷଣ ମୁକ୍ତ ହୋଇଯିବ । ଔଷଧକୁ ଭାଙ୍ଗିବେ ନାହି କି ଚୋବାଇବେ ନାହିଁ । ଏହାକୁ ଗୋଟା ଗିଳିବାକୁ ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଔଷଧ ବ୍ୟବହାର ପାଇଁ ରୋଗୀଙ୍କଠାରୁ ଅନୁମତି ନିଆଯିବ । କାରଣ ରୋଗ ନୂଆ ଔଷଧ ବି ନୂଆ ।

Favipiravir

ବିଶେଷଜ୍ଞଙ୍କ କହିବାନୁଯାୟୀ, ଫାଭିପିରାଭିର ଔଷଧ ସହ ଡେଲି ୟୁଜ୍‌ ଡାଇବେଟିସ୍‌ ମେଡିସିନ, ବିପି ମେଡିସିନ୍‌, ଭିଟାମିନ୍‌ ଟାବ୍ଳେଟ୍‌ ଖାଇପାରିବେ । ଏମିତିକି ହାର୍ଟ୍‌ପେସେଣ୍ଟ ମଧ୍ୟ ଏହି ଔଷଧ ଖାଇପାରିବେ । ସ୍ୱାସରୋଗୀ ହୋଇଥିଲେ ଇନ୍‌ହେଲଅର୍‌ ମଧ୍ୟ ବ୍ୟବହାର କରିପାରିବେ । ଏଥିପ୍ରତି କୌଣସି ପ୍ରତିବନ୍ଧକ ନାହିଁ ।

ଏହି ଔଷଧ ସେବନ ଦ୍ୱାରା ବିଶେଷ କିଛି ସାଇଡ୍‌ ଇଫେକ୍ଟ ରହିବ ନାହିଁ । କିନ୍ତୁ କିଛି ରୋଗୀଙ୍କ କ୍ଷେତ୍ରରେ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦେଖାଦେଇପାରେ, ମୁଣ୍ଡ ବୁଲାଇପାରେ, କିଛି ବ୍ୟକ୍ତି ବାନ୍ତି କରିବାର ମଧ୍ୟ ସମ୍ଭାବନା ରହିଛି ।

Leave a Reply