ଜନଜାତି ବ୍ୟାପାର ମନ୍ତ୍ରାଳୟ ଏକ୍ସପର୍ଟ କମିଟି ଚେୟାରମ୍ୟାନ୍ ହେଲେ ଡ. ହୃଷିକେଶ ପଣ୍ଡା

1 min read

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ହୃଷିକେଶ ପଣ୍ଡା । ଏହି କମିଟି ମନ୍ତ୍ରାଳୟର ‘ଜଙ୍ଗଲ ଅଧିକାର ଆଇନ୍‌-୨୦୦୬’ ଅଧିନସ୍ଥ ସମସ୍ତ ବିଷୟ, ଯଥା ଜନଜାତିମାନଙ୍କର ଜଙ୍ଗଲ ସମ୍ପର୍କିତ ଅଧିକାର, ବାସ ଜମିପଟ୍ଟା, ଜୀବିକା ଆଦି ବିଷୟରେ ଅନୁଧ୍ୟାନ କରିବ । ସୂଚନାଯୋଗ୍ୟ ହୃଷିକେଶ ପଣ୍ଡା ଭାରତ ସରକାରଙ୍କ ଉପରୋକ୍ତ ମନ୍ତ୍ରାଳୟରୁ ସଚିବଭାବେ ଅବସର ନେଇଥିଲେ । ତାଙ୍କ ଅଧିନରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଣିପୁର, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଅରୁଣାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟର ଜନଜାତି ବିଭାଗର ପ୍ରମୁଖ ସଚିବ ଏବଂ ସାମାଜିକ ନ୍ୟାୟ, ପରିବେଶ, ସଂଖ୍ୟାଲଘୁ ଜନଜାତି ଆଦି ମନ୍ତ୍ରାଳୟରୁ ପ୍ରତିନିଧି ଏବଂ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଆଦି କାର୍ଯ୍ୟ କରିବେ ।

Leave a Reply