WHOରେ ଭାରତକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ହେଲେ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟାଳୟର ବାର୍ଷିକ ବୈଠକ ନେତୃତ୍ୱ କରିବାକୁ ଏବେ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ  । ଭାରତ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ୨୨ ମେ’ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ଡ. ହର୍ଷବର୍ଦ୍ଧନ ଜାପାନର ଡକ୍ଟର ହିରୋକି ନକାତାନୀଙ୍କ ସ୍ଥାନ ନେବେ ।  ଡ. ହିରୋକି ଏବେ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ଭାରତ ଡ. ହର୍ଷବର୍ଦ୍ଧନଙ୍କ ନାମ ଏହି ପଦବୀ ପାଇଁ ପେସ କରିଥିଲା । ଭାରତର ଏହି ପ୍ରସ୍ତାବକୁ ମେ’ ୧୯ ତାରିଖରେ ୧୯୪ ଦେଶ ସମର୍ଥନ କରିଥିଲେ ।

ସ୍ୱାସ୍ଥ୍ୟକ୍ଷେତ୍ରରେ ଉତ୍ତମ ରେକର୍ଡ ରଖୁଥିବା ୩୪ ଦେଶଙ୍କୁ ହିଁ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ ମନୋନିତ କରାଯାଇଥାଏ । କିନ୍ତୁ ପ୍ରଥମଥର ପାଇଁ ଏଥିରେ ଏଭଳି ଦେଶଙ୍କୁ ସାମିଲ କରାଯାଇଛି,ଯେଉଁମାନେ ଏହି କ୍ଷେତ୍ରରେ ବିଶେଷ ଆଗରେ ନାହାନ୍ତି ।

ଭାରତ ବ୍ୟତିତ ବୋତସୱାନା,କଲମ୍ବିଆ,ଘାନା,ଗିନି ଓ ବ୍ରିଟେନକୁ ବୋର୍ଡରେ ସ୍ଥାନ ମିଳିଛି । ରୁଷ ଓ ଦକ୍ଷିଣ କୋରିଆ ମଧ୍ୟ ବୋର୍ଡରେ ସ୍ଥାନିତ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ, କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ବର୍ଷକ ପାଇଁ ମିଳିଥାଏ  କିନ୍ତୁ ଗତ ବର୍ଷ ଡବ୍ଲୁଏଚଓର ଦକ୍ଷିଣ ପୂର୍ବ ଏସିଆ ସମୂହ ସର୍ବସମ୍ମତି କ୍ରମେ ଭାରତକୁ ତିନି ବର୍ଷ ପାଇଁ ଏହି ପଦବୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।

Leave a Reply