ମମିତା ପ୍ରସଂଗରେ ରାଜନୈତିକ ଡ୍ରାମା କରୁଛି ବିଜେପି: ଦାମୋଦର ରାଉତ

ଭୁବନେଶ୍ୱର: ମମିତା ପ୍ରସଙ୍ଗରେ ରାଜ୍ୟ ବିଜେପି ପଲିଟିକାଲ ଡ୍ରାମା କରୁଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ମାମଲାର ତଦନ୍ତ ଚାଲିଛି । ତଦନ୍ତରେ ପୀଡ଼ିତାଙ୍କ ପରିବାର ସନ୍ତୋଷ ପ୍ରକାଶ କରିଛନ୍ତି । ମାମଲା ପଛରେ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ କରୁଛି ରାଜ୍ୟ ପୋଲିସ । ପୋଲିସ ଡିଜିଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧ ଓ ଅପରାଧୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ରାଜ୍ୟବାସୀ ଜାଣିଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ବିଜେପି ଅପେକ୍ଷା ନକରି ଅଯଥା ରାଜନୀତି କରୁଛି ବୋଲି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ କରିଛନ୍ତି ।