ନେଫ୍ରୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ନେଫ୍ରୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଡାକ୍ତର କର ଓଡିଶାରେ ପ୍ରଥମେ ଏସିବି ବଡ଼ ମେଡିକାଲରେ କାଡାଭେରିକ ଅପରେସନ କରିଥିଲେ ।
ମୃତ ବ୍ୟକ୍ତିଙ୍କ ଶରିରରୁ କିଡନୀ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରିବାରେ ମଧ୍ୟ ସେ ସଫଳ ହୋଇଥିଲେ । ଶ୍ରୀ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହ ଶ୍ରୀ କରଙ୍କ ବିୟୋଗ ଓଡିଶା ଚିକିତ୍ସା ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।