spot_img

Latest Posts

ଦୀପାବଳିରେ ପ୍ରଦୂଷଣ କମ୍‌ କରିବା ମୂଳ ଲକ୍ଷ୍ୟ ରହିବା ଦରକାର

ଭୁବନେଶ୍ୱର: ଦୀପାବଳୀକୁ ନେଇ ସତର୍କତା କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଗ୍ରୀନ କ୍ରାକରକୁ ଅନୁମତି ଦେଇଛନ୍ତି। ଏହାକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଅନୁମତି ଦିଆଯାଇଛି। ଅନେକ ସମରେ ବାଣ ଅଧିକ ପ୍ରଦୁଷଣ କରିଥାଏ। ସେଥିପାଇଁ ରାଜ୍ୟରେ ଏବେ କରୋନା ସ୍ଥିତି ଲାଗି ରହିଥିବାରୁ ଏବେ ସବୁ ପ୍ରକାରର ବାଣକୁ ଫୁଠାଇବା ପାଇଁ ଅନୁମତି ଦିଆଯାଇନାହିଁ। ସେଥିପାଇଁ ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି। କାରଣ ଗ୍ରୀନ କ୍ରାକରରେ କମ୍ ହୁଏ ପ୍ରଦୂଷଣ। ସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ।

ପ୍ରଦୂଷଣ କମ୍‌ କରିବା ମୂଳ ଲକ୍ଷ୍ୟ ରହିବା ଦରକାର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ, ତେବେ ଏହା ଦ୍ୱାରା ପ୍ରଦୂଷଣ ବଢ଼ିବ। ଯାହା ଦ୍ୱାରା କେବଳ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ, ଅନ୍ୟ ରୋଗ ମଧ୍ୟ ଦେଖାଯିବ। ଆଜ୍‌ମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖିର ଆଲର୍ଜି, ଥ୍ରୋଟ୍‌ ଆଲର୍ଜି ଦେଖାଯିବ। ଏହାଛଡା ଘରେ ମଧ୍ୟ ଅଧିକ ଲୋକ ଏକାଠି ହେବା ଉଚିତ ନୁହେଁ। କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Latest Posts

Don't Miss