ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ଡା. ଅଶୋକ: କହିଲେ, କରୋନା ଏକ ସାଧାରଣ ଥଣ୍ଡା, କାଶ

ଭୁବନେଶ୍ୱର: କରୋନାକୁ ଭୟ କରନ୍ତୁ ନାହିଁ । ଏହା ଏକ ସାଧାରଣ ଥଣ୍ଡା କଫ ଜ୍ଜର । କରୋନା ଭୂତାଣୁକୁ ନେଇ ଆତଙ୍କିତ ଓଡିଶାବାସୀଙ୍କୁ ଏଭଳି ଅଭୟବାଣୀ ଶୁଣାଇଛନ୍ତି ସମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର କୁଳପତି ଡାକ୍ତର ଅଶୋକ ମହାପାତ୍ର । ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱ ଅନେକ ମହାମାରୀର ସମ୍ମୁଖୀନ ହୋଇଛି । ଏସିଆନ ଫ୍ଳୁ ଠାରୁ ଆରମ୍ଭ କରି ସ୍ଵାନିସ ଫ୍ଳୁ ଏପରିକି ସାର୍ସ ଯାଏଁ ସବୁ ମହାମାରୀକୁ ଆମେ ଦୃଢତାର ସହ ମୁକାବିଲା କରିଛୁ । ପୂର୍ବରୁ ମଧ୍ୟ ମହାମାରୀ ଆସିଛି ଓ ଯାଇଛି ।

African Swine Flu: A crisis or an opportunity? - Sustainable Food ...

ଏଭଳି ମହାମାରୀର ପ୍ରଭାବ ସାଧାରଣ ଭାବେ ବର୍ଷରୁ ଦୁଇ ବର୍ଷ ଯାଏଁ ରହିଥାଏ । ତେଣୁ ଆମକୁ ବର୍ଷ ୨ ବର୍ଷ ପର୍ଯ୍ୟନ୍ତ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ । କରୋନାକୁ ନେଇ ଆମର ମାନସିକ ଏବଂ ନୈତିକତାର ଅଭାବ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ମାତ୍ର ୫ ପ୍ରତିଶତ ଲୋକଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥାଏ । ଆଉ ଦୁଇରୁ ଚାରି ପ୍ରତିଶତ ଲୋକଙ୍କୁ ଆଇସିୟୁ ଦରକାର ପଡିଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥାନ୍ତି ।

coronavirus vaccine italy antibody covid 19 latest news

ତେଣୁ ଟିକା ନଆସିବା ଯାଏଁ କରୋନା ନିୟମାବଳୀକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଉ ଗୋଟିଏ ଖୁସି ଖବର ହେଉଛି କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୧୪ ବର୍ଷରୁ କମ ୨୦ ଜଣ ଶିଶୁ ସୁସ୍ଥ ହୋଇ ପରିବାର ନିକଟକୁ ଫେରିଛନ୍ତି ।

Prof. Ashok Mahapatra features in Limca Book of Records for ...

ସେ ଆହୁରି କହିଛନ୍ତି ଯେ, କରୋନା ଚିକିତ୍ସା ନେଇ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର ପ୍ରଶିକ୍ଷିତ । ଏ ନେଇ ସେମାନଙ୍କୁ ବାରମ୍ୱାର ପ୍ରୋତ୍ସାହିତ କରାଯାଉଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷତ କରାଯିବା ସହ କେମିତି ରୋଗୀଙ୍କୁ ଅଣାଯିବ କେମିତି ଚିକିତ୍ସା କରାଯିବ ସେନେଇ ମକ ଡ୍ରିଲ୍ ମଧ୍ୟ କରାଯାଇଛି ।

 

Leave a Reply