ରାଉରକେଲାରେ ପଡ଼ିଛି ଦୁଇଟି ରକ୍ତ ଜୁଡୁବୁଡ଼ୁ ମୃତଦେହ, କିଏ କଲା ହତ୍ୟା ?

ରାଉରକେଲା: ଷ୍ଟିଲ ସିଟିରେ ରକ୍ତପାତ  ।  କଲୋନୀ ରାସ୍ତାରେ ଯୁବକଙ୍କୁ ହତ୍ୟା । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡିଛି ମୃତଦେହ । ମିଳିଥିବା ସୂଚନା ମୁତବାକ ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପବନ୍ଧୁପାଲି ଗାଁର ବମବମ୍ ଘୋଷ । ଗୋପବନ୍ଧୁପାଲି ଫାଣ୍ଡି ନିକଟରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ଶିଳପୁଆରେ ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେହିପରି ସହରର ଅନ୍ୟ ଏକ ସ୍ଥାନରେ ମଧ୍ୟ ଘଚିଠି ଏଭଳି ଅଭାବନୀୟ ଘଟଣା  ।  ବୁଦାମୂଳରୁ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଉରକେଲା ସହରର ସେକ୍ଟର ୫ ନିକଟସ୍ଥ ଏକ ବୁଦାମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ମୃତ ଯୁବକ ହେଲେ ସେକ୍ଟର ୬ ବିଦ୍ୟାନଗରୀ ବସ୍ତିର ମନୋରଞ୍ଜନ ବାଗ ।

ମିଳିଥିହା ସୂଚନା ମୁତବାକ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ ଓ ରାଉରକେଲା ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଓ ପୋଲିସର ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛି । ତେବେ ଦଶହରା ଭଳି ଦିନରେ ରାଉରକେଲାରେ ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି  ।

Leave a Reply