ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଆ ଓ ଝିଅକୁ ହାଣିଦେଲେ ଦୁର୍ବୃତ୍ତ

ଯୋଡ଼ା: ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା । ରାତିରେ ଘରେ ସୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମୃତ ଦେହ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡ଼ିହି ସାହିରେ ଘଟିଛି ଏଭଳି ଡବଲ ମର୍ଡ଼ର । ଶୋଇଥିବା ଅବସ୍ଥାରେ ମାଆ ଓ ୭ ବର୍ଷର ଝିଅକୁ ନିର୍ମମ ହତ୍ୟା କରାଯାଇଛି । ମୃତ ଝିଅର ନାମ ହେଉଛି ଲଷ୍ମୀ ମୁଣ୍ଡା  ଓ ମୃତ ମାଆ ହେଉଛି ସରସ୍ଵତୀ ମୁଣ୍ଡା ।

ଦୁଇଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ତେବେ ଏଥିରେ ପାଞ୍ଚ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରସ୍ୱତୀଙ୍କ ସ୍ୱାମୀ ହତ୍ୟା ଉଦ୍ୟମ ଅଭିଯୋଗରେ ଚମ୍ପୁଆ ଜେଲରେ ରହିଛି । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ସେପଟେ ଦୁଇ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଦାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave a Reply