ଗୋରୁ ଚରାଇବା ବେଳେ ଗଣ୍ଡଗୋଳରୁ ଡବଲ ମର୍ଡର, ଘରେ ନେଲେ ଜଙ୍ଗଲର ପ୍ରତିଶୋଧ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରାସିଂହା ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତା ଓ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗଡ଼ିଲା ୨ ଜଣଙ୍କ ମୁଣ୍ଡ । ଗାଈ ଚରାଇ ଯାଇଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

Double Muder In Deogaon Of Bolangir District

ଏଥିରେ ଉତକ୍ଷିପ୍ତ ହୋଇ ଗାଈ ଚରାଉଥିବା ଧନମତ ରାଉତ ଧରିଥିବା ଟାଙ୍ଗିଆରେ ଶ୍ରୀପତି ଭେଶ୍ରାକୁ ଅତର୍କିତ ଆକ୍ରମଣ କରିଥିଲେ । ଶ୍ରୀପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମ ସୁନା ଓ ବ୍ରହ୍ମା ସୁନା ଗୁରୁତର ଆହତ ହୋଇଥିଲେ । ଉଭୟ ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Double Muder In Deogaon Of Bolangir District

ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ଘରକୁ ପଳାଇ ଆସିଥିବା ଧନମତକୁ ହତ୍ୟା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ହତ୍ୟାକାରୀ ଧନମତ ରାଉତକୁ ଘରୁ ଟାଣି ଆଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

Leave a Reply