ଫାଶୀ ପୂର୍ବରୁ ଇରାନୀ ଯୁବକଙ୍କ ଅପିଲ, ମୋ ମୃତ୍ୟୁ ପରେ ଉତ୍ସବ ପାଳିବ

1 min read

ନୂଆଦିଲ୍ଲୀ: ମୋ ମୃତ୍ୟୁ ପରେ କେହି କାନ୍ଦିବନି । କିମ୍ବା ମୋ କବର ପାଖରେ କେହି କୋରାନା ପଢିବନି। ଏହାକୁ ଅନ୍ତିମ ଇଚ୍ଛା ଭାବି ସମସ୍ତେ ଉତ୍ସବ ପାଳନ କରିବ । ଜଣେ ବ୍ୟକ୍ତିଙ୍କର ଏଭଳି ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରିପୋର୍ଟ ମୁତାବକ, ଫାଶୀ ପୂର୍ବରୁ ଏଭଳି କଥା କହିଥିବା ବ୍ୟକ୍ତି ଜଣଙ୍କୁ ସରକାର ବିରୋଧୀ କାର୍ଯ୍ୟକଳାପ ପାଇଁ ଇରାନ ସରକାର ଗିରଫ କରିଛନ୍ତି । ହିଜାବ ବିରୋଧି ପ୍ରଦର୍ଶନ ନେଇ ୨୩ ବର୍ଷୀୟ ମାଜିଦରେଜା ରେହନବରଦ ନାମକ ଯୁବକଙ୍କୁ ସୋମବାର ଦିନ ସର୍ବ ସମ୍ମୁଖରେ ଫାଶୀ ଦିଆଯାଇଥିଲା ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡ଼ିଓରେ ସମ୍ପୃକ୍ତ ଯୁବକଙ୍କ ଆଖିରେ ପଟି ବନ୍ଧାଯାଇଥିବା ନଜର ଆସୁଛି । ଆଉ ଯେଉଁଥିରେ ସେ ନିଜ ଶେଷ ଇଚ୍ଛା କହୁଛି ।

ତେବେ ସୁରକ୍ଷା କର୍ମୀଙ୍କୁ ହତ୍ୟା ଓ ଆହତ କରିବା ଅଭିଯୋଗରେ ମାଜିଦରେଜାକୁ ଏହି ଦଣ୍ଡ ଶୁଣାଯାଇଛି । ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ, ଅସ୍ଲୋ ସ୍ଥିତ ଇରାନି ହ୍ୟୁମାନ ରାଇଟସର ଡାଇରେକ୍ଟର ମହମୁଦ ଅମିରି ପ୍ରକାଶ କରିଛନ୍ତି ଯେ ଟ୍ରାଏଲ୍ ସମୟରେ ତାକୁ ଦୋଷ ସ୍ୱୀକାର କରିବାକୁ ବାଧ କରାଯାଇଥିଲା । ଆଉ ତାକୁ ଗିରଫ କରିବାର ୨୩ ଦିନ ପରେ ଫାଶୀ ଦିଆଯାଇଥିଲା, ଯାହା ଇରାନୀ ନେତାଙ୍କ ଦ୍ୱାରା କରାଯାଇଥିବା ବହୁତ ବଡ଼ ଅପରାଧ ।

ଉଲ୍ଲେଖଯୋଗ୍ୟ, ମହସା ଅମିନିଙ୍କ ମୃତ୍ୟୁ ପରେ ହିଜାବ ସମ୍ପର୍କିତ ବିରୋଧ ଜୋରଦାର୍ ହୋଇଥିଲା । କୁର୍ଦ୍ଦିଶ-ଇରାନି ମହିଳା ମହିସା ଅମିନିଙ୍କୁ ଇସଲାମିକ ଡ୍ରେସ୍ କୋଡର ଉଲ୍ଲଘଂନ ଅଭିଯୋଗରେ ଗିରଫ କରାଯାଇଥିଲା ।