ନବରଙ୍ଗପୁରରେ ଲୁଣକୁ ନେଇ ଉଡ଼ିଲା ଗୁଜବ, ଲକଡାଉନ ଭାଙ୍ଗି ଲୁଣ ପାଇଁ ଭିଡ଼

1 min read

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲୁଣ କଳାବଜାରୀ । ଲୁଣ ବଜାରରେ ନମିଳିବା ନେଇ ଦୁଇଦିନ ହେଲା ନବରଙ୍ଗପୁର ଜିଲ୍ଲାରେ ଗୁଜବ ସୃଷ୍ଟି ହୋଇଛି । ଏହାପରେ ଲୁଣ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଲୋକ ଏହି ଗୁଜବ ଶୁଣିବା ପରେ ଲୁଣ କିଣିବାକୁ ବଜାରରେ ଗହଳି ଜମାଇଛନ୍ତି । ବିଶେଷକରି ଗାଁର ଦୋକାନୀମାନେ ଅଧିକ ପରିମାଣର ଲୁଣ କିଣି ନେଉଥିବା ଦେଖିବାକୁ ମିଳୁଛି । ଏପରିକି ଲୁଣ କିଣିବା ବେଳେ ଲୋକ ସାମାଜିକ ଦୂରତା ଭୁଲି ଯାଉଛନ୍ତି ।

ଲୁଣ ଟ୍ରକ ଗୋଦାମ ଆଗରେ ଲାଗିବା ପରେ ଭିଡ଼ ଜମୁଛି । ହୋଲସେଲର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀମାନେ ଟ୍ରକ, ପିକ୍‌ଅପ୍‌ ଭ୍ୟାନ୍‌ ଓ ଅଟୋରେ ଲୁଣ ବୋହି ନେଉଛନ୍ତି । ଫଳରେ ଲୁଣ ଦାମ ବଢିବାରେ ଲାଗିଛି । ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ସେପଟେ ଲୁଣ  ଯେଥେଷ୍ଟ ପରିମାଣରେ ମହଜୁଦ ଥିବା ହୋଲସେଲ ବ୍ୟବସାୟୀ କହିଛନ୍ତି । ସେପଟେ ଉଭୟ ରାଇଘର ଓ ଉମରକୋଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ଲୋକଙ୍କୁ ସଚେତନ କରାନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି।

ଅନ୍ୟପକ୍ଷରେ ନବରଙ୍ଗପୁରରେ ଲୁଣ ଅଭାବ ଗୁଜବକୁ ଖାରଜ କରି ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଲୁଣ ରହିଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସେ ମଧ୍ୟ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

 

Leave a Reply