spot_img

Latest Posts

ଡୋନେସନ ମାମଲାର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ :  ରାଜନୈତିକ ଦଳଙ୍କୁ  ୨ ହଜାର ଟଙ୍କାରୁ କମ୍ ନଗଦ ଅର୍ଥ ଡୋନେସନ ପ୍ରସଙ୍ଗ। ଆୟକର ଆଇନରେ ରହିଥିବା ବ୍ୟବସ୍ଥାକୁ ଚାଲେଞ୍ଜ କରି ଆଗତ ଏକ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ରାଜନୈତିକ ଦଳ ୨ ହଜାର ଟଙ୍କାରୁ କମ ଡୋନେସନ ଗ୍ରହଣ କରିବା ନେଇ ଆୟକର ଆଇନରେ ଥିବା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟା ମାମଲାର କରିବେ ଶୁଣାଣି। ପିଟିସନରେ ଦର୍ଶାଯାଇଛି- ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତାର ଅଭାବ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରହୁନାହିଁ। ପାଣ୍ଠି ସମ୍ପର୍କରେ ବି ସ୍ପଷ୍ଟ ସୂଚନା ରହୁନାହିଁ।

ଦଳଗୁଡିକୁ କିଏ ପାଣ୍ଠି ଦେଲା, କାହିଁକି ଦେଲା ସେ ସମ୍ପର୍କରେ ସୂଚନା ମିଳୁନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଗତବର୍ଷ ନଭେମ୍ବର ୨୪ରେ ଆୟକର ଆଇନ-୧୯୬୧ର ଧାରା ୧୩-ଏରେ ରହିଥିବା ବ୍ୟବସ୍ଥାକୁ ହଟାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ସୁପ୍ରିମକୋର୍ଟ। ଏହା ଅସାମ୍ବିଧାନିକ ବୋଲି ପିଟିସନରେ ଦର୍ଶାଯାଇଥିଲା। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ ୨ ହଜାର ଟଙ୍କାରୁ ଅଧିକ ଡୋନେସନକୁ କୌଣସି ଦଳ ଗ୍ରହଣ କରିପାରିବେ ନାହିଁ। ଏହି ଅର୍ଥକୁ ପେୟି ଚେକ୍ ବ୍ୟାଙ୍କ ଡ୍ରାଫ୍ଟ, ଇସିଏସ ବା ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ଦିଆଯିବା ବ୍ୟବସ୍ଥା ରହିଛି। …

Latest Posts

Don't Miss