ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରୁ ଚୋରି, ତାଡି ଦେଲେ ଦାନବାକ୍ସ

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏପର୍ଯ୍ୟନ୍ତ ଚୋର ଧରାପଡିନଥିବା ବେଳେ ଆଉ ଗୋଟିଏ ମନ୍ଦିରରୁ ଚୋରି ହେବା ପରେ ସୁରକ୍ଷା ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି।

Leave a Reply